ସମ୍ବଲପୁର, ଢେଙ୍କାନାଳ ଲୋକସଭା ସମେତ ଅନୁଗୁଳ ଜିଲ୍ଲାର ୫ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ)

You are currently viewing ସମ୍ବଲପୁର, ଢେଙ୍କାନାଳ ଲୋକସଭା ସମେତ ଅନୁଗୁଳ ଜିଲ୍ଲାର ୫ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଏସ୍.ୟୁ.ସି.ଆଇ.(କମ୍ୟୁନିଷ୍ଟ)

ଅନୁଗୁଳ: ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ପକ୍ଷରୁ ଅନୁଗୁଳ ଜିଲ୍ଲାର ୫ଟି ବିଧାନସଭା ସହିତ ସମ୍ବଲପୁର, ଢେଙ୍କାନାଳ ଲୋକସଭା ପାଇଁ ଆଜି ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଛି।

ଏସ୍. ୟୁ. ସି. ଆଇ(କମ୍ୟୁନିଷ୍ଟ) କେନ୍ଦ୍ରୀୟ କମିଟିର ଅନୁମୋଦନକ୍ରମେ ଢେଙ୍କାନାଳ ଲୋକସଭା ପାଇଁ ବିଶିଷ୍ଟ ନାରୀନେତ୍ରୀ ତଥା ଅନୁଗୁଳ କଲେଜ ଛାତ୍ର ସଂସଦର ପୂର୍ବତନ ସଭାନେତ୍ରୀ ମାନସୀ ସ୍ଵାଇଁ, ସମ୍ବଲପୁର ଲୋକସଭା ପାଇଁ ବିଶିଷ୍ଟ ସଂଗ୍ରାମୀ ନେତା ନବକିଶୋର ପ୍ରଧାନ, ତାଳଚେର ବିଧାନସଭା ପାଇଁ ବିଶିଷ୍ଟ ଶ୍ରମିକ ନେତା ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ଅନୁଗୁଳ ବିଧାନସଭା ପାଇଁ ନାରୀନେତ୍ରୀ ମନ୍ଦୋଦରୀ ରାଉଳ, ଆଠମଲ୍ଲିକ ବିଧାନସଭା ପାଇଁ ଗଣଆନ୍ଦୋଳନର ବିଶିଷ୍ଟ ସଂଗଠକ ରମଣୀରଞ୍ଜନ ପ୍ରଧାନ, ଛେଣ୍ଡିପଦା ବିଧାନସଭା ପାଇଁ ଯୁବନେତା ଭରତ ନାଏକ, ପାଳଲହଡ଼ା ବିଧାନସଭା ପାଇଁ ଛାତ୍ରନେତା ପରମାନନ୍ଦ ସାହୁଙ୍କ ନାମ ଆଜି ଶିକ୍ଷକପଡ଼ାସ୍ଥ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଏସ୍.ୟୁ.ସି.ଆଇ (କମ୍ୟୁନିଷ୍ଟ) ରାଜ୍ୟ କମିଟି ସଭ୍ୟ ଜୟସେନ ମେହେର, ବ୍ରଜବନ୍ଧୁ ସାହୁ, ଜିଲ୍ଲା ସମ୍ପାଦକ ଭିକାରୀ ପ୍ରଧାନ, ଜିଲ୍ଲା କମିଟି ସଭ୍ୟ ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ, ମାନସ ପାଳ, ସଞ୍ଜୟ ସାହୁଙ୍କ ସହିତ ଅନୁଗୁଳ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ର ଓ ଦୁଇଟି ଲୋକସଭା କ୍ଷେତ୍ର ଢେଙ୍କାନାଳ ଓ ସମ୍ବଲପୁରର ଦଳୀୟ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ।

Share

Leave a Reply