ଅନୁଗୁଳ : ଅନୁଗୁଳ ବ୍ଲକ ପାଇଁ ୮ କୋଟି ୪୬ ଲକ୍ଷ ଟଙ୍କା ରେ ୪ଟି ବିଜୁ ସେତୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଓଡ଼ିଶା ବିଧାନଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବ୍ଲକର ଦୁର୍ଗମ ଅଞ୍ଚଳରେ ଗମନା ଗମନର ଭିତ୍ତିଭୂମୀକୁ ସୁଦୃଢ଼ କରିବା ପାଇଁ ଶ୍ରୀ ସିଂହ ସର୍ବଦା ଚେଷ୍ଟିତ ଥିଲେ। ଏଥିପାଇଁ ସେ ରାଜ୍ୟ ସରକାରଙ୍କୁ ବିଭାଗ ମାଧ୍ୟମରେ ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ସୂଚନା ଯେ, ଅନୁଗୁଳ ବ୍ଲକର କଲେଇପଦା – ସାରଙ୍ଗପୁର ରାସ୍ତାର ରୁକୁଣା ନାଳ ଉପରେ ୨.୨୪କୋଟି, ନୂଆଖେତା – ବଡକନ୍ତକୁଳ ରାସ୍ତାର ଅନ୍ଧାରି ନାଳ ଉପରେ ୧.୭୪ କୋଟି, ନୂଆଖେତା – ବଡକନ୍ତକୁଳ ରାସ୍ତାର ନୂଆଘାଇ ନାଳ ଉପରେ ୨.୩୮ କୋଟି ଓ ଜାମୁଣ୍ଡା- ନୂଆଖେତା ରାସ୍ତାର ଖିଣ୍ଡା ଜାମୁଣ୍ଡା ରୁକୁଣା ନାଳ ଉପରେ ୨.୧୦ କୋଟି ଟଙ୍କା ବ୍ୟୟରେ ଗ୍ରାମ୍ୟ ଉନ୍ନୟନ ବିଭାଗଦ୍ବାରା ବିଜୁ ସେତୁ ନିର୍ମାଣ ପାଇଁ ପଠାଯାଇଥିବା ପ୍ରସ୍ତାବ ମଞ୍ଜୁର ହୋଇ ଟେଣ୍ଡର ପ୍ରକିୟା ଆରମ୍ଭ ହୋଇଛି।
ଅନୁଗୁଳ ବ୍ଲକ ପାଇଁ ୪ଟି ବିଜୁ ସେତୁ ଅନୁମୋଦିତ
- Post published:December 2, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul