ଅନୁଗୁଳ: ଏମସିଏଲ ତାଳଚେର କୋଇଲା ଖଣି ଅଞ୍ଚଳରେ ବେଧଡ଼କ ଭାବେ ଦୀର୍ଘ ଦିନ ଜାଲ ଟ୍ରାଞ୍ଜିଟପାସ୍, ଚାଲାଣ, ଆଧାରକାର୍ଡ, ପ୍ୟାନକାର୍ଡ ଓ ସିଲ କାରବାର ଚଳାଇ ଆସିଥିବା ଏକ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୁଲିସ । ଏହି କାରବାରରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି । ଜଗନ୍ନାଥ କ୍ଷେତ୍ର ପ୍ରକଳ୍ପ ଅଧୁକାରୀ ଏ ନେଇ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ଼ ଚଳାଇଥିଲା ।ଅଭିଯୋଗ ଆଧାରରେ ସାଉଥିବଲଣ୍ଡା ମାର୍କେଟରେ ଥିବା ସୁଶୀଲ କମ୍ୟୁନିକେଶନ, ଚନ୍ଦନ ଜେରକ୍ସ ଓ କ୍ଳାସିକ୍ କମ୍ୟୁନିକେଶନରେ ପୁଲିସ ଚଢ଼ଉ କରି ଜାଲ କାଗଜାତ୍ ଜବତ କରିବା ସହ ସୁଶୀଲ କୁମାର ସାହୁ, ଚନ୍ଦନ କୁମାର ବେହେରା, ପ୍ରଦୀପ କୁମାର ପଟ୍ଟନାୟକ ଓ ସୁଧୀର କୁମାର ପଟ୍ଟନାୟକଙ୍କୁ ଗିରଫ କରିଥିଲା । ଶନିବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣା ତାଳଚେର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ଜାଲ୍ କାଗଜାତ୍ ପ୍ରସ୍ତୁତକାରୀ ୪ ଗିରଫ
- Post published:April 11, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
