୪ ଜୁଆଡ଼ି ଗିରଫ, ୫ହଜାର ଟଙ୍କା ଜବତ

You are currently viewing ୪ ଜୁଆଡ଼ି ଗିରଫ, ୫ହଜାର ଟଙ୍କା ଜବତ

ତାଳଚେର: ରବିବାର ସନ୍ଧ୍ୟାରେ ବିକ୍ରମପୁର ଥାନା ପୋଲିସ ତେହେରାନ୍‌ପୁର ଠାରେ ଚଢ଼ଉ କରି ୪ ଜଣ ଜୁଆଡ଼ିକୁ ଗିରଫ କରିଛି। ସେମାନଙ୍କଠାରୁ ୫ହଜାର ଟଙ୍କାର ଜବତ କରାଯାଇଛି । କିଛି ଯୁବକ ତେହେରାନ୍‌ପୁର ଗାଁ’ ନିକଟରେ ଜୁଆ ଖେଳୁଥିବା ବିକ୍ରମପୁର ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ତୁରନ୍ତ ପାଟ୍ରୋଲିଂ ଟିମ୍ ଘଟଣା ସ୍ଥଳରେ ଚଢ଼ଉ କରିଥିବା ବେଳେ ପୋଲିସକୁ ଦେଖି ସମସ୍ତେ ଛତ୍ରଭଙ୍ଗ ଦେଇଥିଲେ। ତେବେ ପୋଲିସ ୪ ଜଣ ଜୁଆଡ଼ିକୁ ଧରିବାରେ ସଫଳ ହୋଇଥିଲା।

ଘଟଣାସ୍ଥଳରୁ ୫ ହଜାର ଟଙ୍କା ଜବତ କରିବା ସହ ଏକ ଜରିପାଲ, ୩ ସେଟ୍ ତାସ୍ ଜବତ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ କୋଲିୟରୀ ଥାନା ଅନ୍ତର୍ଗତ ଡେରା ଗାଁର ନବକିଶୋର ବେହେରା, ବଅଁରପାଳ ଥାନା ଅନ୍ତର୍ଗତ ତେଣ୍ଟେଇ ଗାଁର ଅନିଲ୍ ନାଏକ, ଭରତ ନାଏକ ଓ ତେହେରାନ୍‌ପୁର ଗାଁର ସନ୍ତୋଷ ନାଏକ। ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

Share

Leave a Reply