ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ତହସିଲ ପବିତ୍ରନଗର ରାଜସ୍ୱ ନିରୀକ୍ଷକ ଅଫିସ ଅଧିନସ୍ଥ ଶିପୁର ନନ୍ଦକିଶୋର ଉଚ୍ଚ ବିଦ୍ୟାଳୟ ନିକଟରେ ରବିବାର ବେଆଇନ ମାଟି ଚାଲାଣ ବେଳେ କଣିହାଁ ତହସିଲ ପକ୍ଷରୁ ଚଢଉ କରଯାଇଥିଲା। ଘଟଣାସ୍ଥଳରୁ ୪ଟି ଗାଡି ଜବତ କରାଯାଇଥିବା ବେଳେ ଜବତ ଗାଡ଼ିରୁ ୯୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ତହସିଲ ପକ୍ଷରୁ ସୂଚନା ଦିଆଯାଇଛି। ୪ ଗାଡ଼ି ମଧ୍ୟରେ ଗୋଟିଏ ନମ୍ବର ବିହୀନ ଏସ୍କାଭେଟର୍ ହୋଇଥିବା ବେଳେ ବାକି ତିନିଟି ଟ୍ରାକ୍ଟର ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ରବିବାର ଜଣେ ଠିକାଦାର ବେଆଇନ ଭାବରେ ମାଟି ଚାଲାଣ କରୁଥିବା ତହସିଲଦାରଙ୍କ ନିକଟରେ ପକ୍କା ସୂଚନା ଥିଲା। ତହସି ଲଦାରଙ୍କ ନିର୍ଦେଶକ୍ରମେ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିବା ପରେ ଚାଲାଣକାରୀ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସରକାରୀ ବିନା ଅନୁମତିରେ ଠିକାଦାର ଏହି ମାଟି ଉଠାଉଥିଲେ ବୋଲି ଜଣାପଡ଼ିଛି।
ବେଆଇନ ମାଟି ଚାଲାଣ ୪ ଗାଡ଼ି ଜବତ, ୯୦ ହଜାର ଜରିମାନା ଆଦାୟ
- Post published:November 9, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
