birthday

ଶ୍ରେଣୀଗୃହ ନିର୍ମାଣକାର୍ଯ୍ୟର ସମୀକ୍ଷା କଲେ ବିଧାୟକ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ବିଲେଇନାଳି ହାଇସ୍କୁଲରେ ସରକାରଙ୍କ ପକ୍ଷରୁ ନୂତନ ଶ୍ରେଣୀଗୃହ ନିର୍ମାଣ ଚାଲିଛି। ସୋମବାର ଆଠମଲ୍ଲିକ ବିଧାୟକ ରମେଶଚନ୍ଦ୍ର ସାଏ ପହଞ୍ଚି ନିର୍ମାଣକାର୍ଯ୍ୟର ସମୀକ୍ଷା କରିଥିବାବେଳେ ଠିକ୍ ଭାବେ ଗୃହ ନିର୍ମାଣ କରିବାକୁ ଠିକାଦାରଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ଶ୍ରେଣୀଗୃହ କାର୍ଯ୍ୟ ଶୀଘ୍ର ସାରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ଏହା ପରେ ଧଉରାଗୋଠ, ରଙ୍ଗମାଟିଆ, କରଡ଼ାବାହାଳି ଗାଁକୁଯାଇ ସ୍ଥାନୀୟ ସମସ୍ୟା ସଂପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗ୍ରାମବାସୀ ଗାଁର ସମସ୍ୟା ବିଧାୟକଙ୍କୁ ଜଣାଇଥିଲେ। ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମରେ ବିଜେଡି ନେତା କାଳନ୍ଦୀ ପ୍ରଧାନ, ଅନୁକୂଳ ବେହେରା, ବ୍ଲକ୍ ବିଜେଡି ସଭାପତି କୁମ୍ଭନ୍ଦଚନ୍ଦ୍ର ପ୍ରଧାନଙ୍କ ସମେତ ବହୁ କର୍ମୀ ଯୋଗଦେଇଥିଲେ ।

Leave A Reply

Your email address will not be published.

error: Content is protected !!