ଅନୁଗୁଳ ମୁଖ୍ୟ ଡାକଘରର ୪୩ତମ ପ୍ରତିଷ୍ଠା ଦିବସ

You are currently viewing ଅନୁଗୁଳ ମୁଖ୍ୟ ଡାକଘରର ୪୩ତମ ପ୍ରତିଷ୍ଠା ଦିବସ

ଅନୁଗୁଳ: ଅନୁଗୁଳ ମୁଖ୍ୟ ଡାକଘରର ୪୩ତମ ପ୍ରତିଷ୍ଠା ଦିବସ ଶନିବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି। ଡାକଘର ପରିସରରେ ଆୟୋଜିତ ଏହି ସମାରୋହକୁ ଯୋଗାଚାର୍ଯ୍ୟ ଅଭୟ ରାୟ ଉଦଘାଟନ କରିଥିଲେ।

ଆଜିର ଡିଜିଟାଲ ଯୁଗରେ ଡାକଘର ତାର ପୂର୍ବ ଗୌରବ ବଜାୟ ରଖିଥିବାରୁ ସେ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଢେଙ୍କାନାଳ ଡାକ ମଣ୍ଡଳ ଅଧିକ୍ଷକ ଜଗଦୀଶ ଦାସ ଯୋଗ ଦେଇ ଗତ କରୋନା ସମୟରେ ଡାକ କର୍ମଚାରୀଙ୍କ ଉତ୍ସର୍ଗୀକୃତ ଡାକସେବା,ଇ ପୋଷ୍ଟ, ଡିଜିଟାଲ ପେମେଣ୍ଟ, ସୁକନ୍ୟା ସମୃଦ୍ଧି ଯୋଜନା, ଅମୃତ ମହୋତ୍ସବ ସମୟରେ ଲୋକଙ୍କୁ ପତାକା ବିକ୍ରି ଭଳି ସେବା ଉପରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆଇପିପିପିବି ବରିଷ୍ଠ ପ୍ରବନ୍ଧକ ଜ୍ଞାନେଶ୍ୱର କୁଆଡି, ଡାକ ନିରୀକ୍ଷକ ଟିକନ କୁମାର ଦେବତା, କୁଶଲ ମାହାଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Share

Leave a Reply