ଆସନ୍ତା ୧୪ ରେ ଆୟୋଜିତ ହେବ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ, ବିନା ଦେୟରେ ମାମଲା ତୁଟେଇବେ କୋର୍ଟ

0

ଅନୁଗୁଳ: ଅନୁଗୁଳ, ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳ ସ୍ଥିତ ଅଦାଲତ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜିତ ହେବାକୁ ଯାଉଛି।

ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ ବାଉନସ ମାମଲା, ବ୍ୟାଙ୍କ ଋଣ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଶ୍ରମ ବିବାଦ ମାମଲା, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ମାମଲା ଯଥା: ବିଦ୍ୟୁତ୍ ଓ ଜଳ ପୈଠ ବିଲ ସମ୍ବନ୍ଧୀୟ ମାମଲା (ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ)/ ପାରିବାରିକ ବିବାଦ, ଜମି ଅଧିଗ୍ରହଣ ମାମଲା, ଚାକିରି ସମ୍ବନ୍ଧୀୟ (ପେନସନ ମାମଲା ଅନ୍ତର୍ଭୁକ୍ତ), ରାଜସ୍ଵ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ମାମଲା(ଜିଲ୍ଲା କୋର୍ଟରେ ଓ ଜିଲ୍ଲା/
ତାଲୁକ୍ କର୍ତ୍ତୃପକ୍ଷଙ୍କ ନିକଟରେ ଥିବା ବିଚାରାଧୀନ) ବୌଦ୍ଧିକ ସମ୍ପତ୍ତି ଅଧିକାର ମାମଲା/ ଖାଉଟି ବିବାଦ/ ଅନ୍ୟାନ୍ୟ ବିବାଦ କୌଣସି ଅର୍ଥ -ନ୍ୟାୟିକ ପ୍ରାଧିକରଣ ନିକଟରେ ବିଚାରାଧୀନ, ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଆପୋଷ ସହମତିରେ ସମାଧାନ କରାଯାଇପାରିବ। ଏହା ସହ ପ୍ରାକ-ମକଦ୍ଦମାସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ମାମଲା ତଥା ଚେକ ବାଉନସ ମାମଲା, ବ୍ୟାଙ୍କ ଋଣ ବିବାଦ, ଶ୍ରମ ବିବାଦ, ଲୋକ ଉପଯୋଗୀ ସେବା ସମ୍ବନ୍ଧୀୟ ବିବାଦ ଗୁଡ଼ିକ (ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ (ଛାଡ଼ପତ୍ର ବ୍ୟତୀତ)/ ପାରିବାରିକ ବିବାଦ ଓ ଅନ୍ୟାନ୍ୟ ମକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ।

ଲୋକ ଅଦାଲତରେ ମକଦ୍ଦମା/ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼େ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ। ଦୀର୍ଘ ଦିନ ଧରି ଚାଲୁରହିଥିବା ମକଦ୍ଦମାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହା ଏକ ସୁଯୋଗ। ଏହାର ସବିଶେଷ ବିବରଣୀ ନିମନ୍ତେ ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ, ତାଲୁକ ଆଇନସେବା କାର୍ଯ୍ୟାଳୟ ତାଳଚେର, ଆଠମଲ୍ଲିକ, ପାଳଲହଡ଼ା, ଛେଣ୍ଡିପଦା ଓ ବଅଁରପାଳ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.

error: Content is protected !!