୪ର୍ଥ ସତ୍ୟ ସନାତନ ଧର୍ମ ସମ୍ମିଳନୀ: ସ୍ୱାମୀ ଲକ୍ଷ୍ମଣାନନ୍ଦ ଏବଂ ଗ୍ରାହାମ୍ ଷ୍ଟେନ୍ସ୍ ହତ୍ୟାର ସିବିଆଇ ତଦନ୍ତ କରିବାକୁ ଦାବି

You are currently viewing ୪ର୍ଥ ସତ୍ୟ ସନାତନ ଧର୍ମ ସମ୍ମିଳନୀ: ସ୍ୱାମୀ ଲକ୍ଷ୍ମଣାନନ୍ଦ ଏବଂ ଗ୍ରାହାମ୍ ଷ୍ଟେନ୍ସ୍ ହତ୍ୟାର ସିବିଆଇ ତଦନ୍ତ କରିବାକୁ ଦାବି

ତାଳଚେର : ଓଡ଼ିଶା ସତ୍ୟ ସନାତନ ପ୍ରଜା ସମିତି ଆନୁକୂଲ୍ୟରେ ତାଳଚେର ଥର୍ମାଲ ନିକଟସ୍ଥ ସାପ୍ତାହିକ ହାଟରେ ଆଜି ୪ର୍ଥ ବିଶାଳ ସତ୍ୟ ସନାତନ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଓଡିଶା ସତ୍ୟ ସନାତନ ପ୍ରଜା ସମିତି ରାଜ୍ୟ ସଭାପତି ଜନନେତା ଇଂ. ଦେବାଶିଷ ହୋତା ଉପସ୍ଥିତ ହୋଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ଏବଂ ଗ୍ରାହାମ୍ ଷ୍ଟେନ୍ସ୍ ହତ୍ୟାର ସିବିଆଇ ତଦନ୍ତ କରାଇ ଷଡଯନ୍ତ୍ରକାରୀଙ୍କ ମୁଖା ଖୋଲିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ନିବେଦନ କରିଥିଲେ। ତାଳଚେର ମାଟିର ଲଢୁଆ ପୁଅ ଡାକ୍ତର ଦେବେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରୀ ଥିବାବେଳେ ୨୩ ଜାନୁୟାରୀ ୧୯୯୯ ମସିହାରେ ଖ୍ରୀଷ୍ଟିୟାନ ପାଦ୍ରୀ ଗ୍ରାହମ୍ ଷ୍ଟେନ୍ସ୍‌ଙ୍କୁ ହତ୍ୟା କରାଯାଇଥିଲା। ସେହିଦିନ ଠାରୁ ଷଡଯନ୍ତ୍ରକାରୀ ହିସାବରେ ଦାରା ସିଂ ୨୪ ବର୍ଷ ହେବ ଜେଲରେ ଅଛନ୍ତି।

ଡାକ୍ତର ପ୍ରଧାନଙ୍କ ପୁତ୍ର ଧର୍ମେନ୍ଦ୍ର ପ୍ରଧାନ ବିଜେପିର ରାଷ୍ଟ୍ରୀୟ ନେତା ଥିବା ସମୟରେ ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଜନ୍ମାଷ୍ଟମୀ ଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଘଟଣାର ପ୍ରକୃତ ଷଡ଼ଯନ୍ତ୍ରକାରୀ ବୋଲି ଅଭିଯୋଗ ହୋଇ ଆସୁଥିବା ରାଜ୍ୟସଭା ଏମ୍‌ପି ଆଜି ଯାଏଁ ଗିରଫ ହୋଇନାହାନ୍ତି। ତେବେ କେନ୍ଦ୍ର ମନ୍ତ୍ରୀଙ୍କ ଉପରେ ତାଙ୍କର ଦୃଢ଼ ବିଶ୍ୱାସ ଅଛି । ସେ ଯଦି ଚାହିଁବେ ତେବେ ଉଭୟ ହତ୍ୟା ଘଟଣାର ପ୍ରକୃତ ଷଡଯନ୍ତ୍ରକାରୀମାନେ ଧରାପଡିବେ ବୋଲି ଶ୍ରୀ ହୋତା କହିଛନ୍ତି।

ମହାତ୍ମା ଦିଲ୍ଲେଶ୍ୱରାନନ୍ଦ ଏହି ସମ୍ମିଳନୀରେ ଉପସ୍ଥିତ ହୋଇ “ପରମାତ୍ମା”ଙ୍କ ସାନ୍ନିଧ୍ୟ ଲାଭ କରିବାର ପ୍ରକୃତ ମାର୍ଗ ବିଷୟରେ ଅବଗତ କରାଇଥିଲେ।

Share

Leave a Reply