ଠିକାସଂସ୍ଥା ଗାଡ଼ି ଅଟକାଇ ଚାଳକଙ୍କୁ ଲୁଟପାଟ୍

You are currently viewing ଠିକାସଂସ୍ଥା ଗାଡ଼ି ଅଟକାଇ ଚାଳକଙ୍କୁ ଲୁଟପାଟ୍

ଅନୁଗୁଳ: କଣିହାଁ ବ୍ଲକ୍ ସମଲ ଥାନା ଅଂଚଳରେ ଥମିବାରେ ନାଁ ଧରୁନି ଲୁଟ୍‌ପାଟ୍ । ସମଲଠାରୁ ସିପୁର ପର୍ଯ୍ୟନ୍ତ ରେଲୱେ ଲାଇନ୍ କାମ କରୁଥିବା ନନ୍ଦ କନ୍‌ଷ୍ଟ୍ରକସନ ନାମକ ଏକ ସଂସ୍ଥାର ଗାଡି ଚାଳକଙ୍କୁ ଲୁଟପାଟ ନେଇ ଗତ ଶନିବାର ଥାନାରେ ଅଭିଯୋଗ ହୋଇଛି। ୮ ଜଣ ଦୁର୍ବୃତ୍ତ ଠିକା ସଂସ୍ଥାର ହାଇୱା ଚାଳକଙ୍କୁ ରାସ୍ତାରେ ଅଟକାଇ ନିସ୍ତୁକ ମାଡ଼ପିଟ୍ କରିବା ସହ ଗାଡ଼ି ଯନ୍ତ୍ରାଂଶ ନେଇଗଲେ। ଗାଡି ମିରର ଭାଙ୍ଗିଦେବା ସହ ବ୍ୟାଟେରୀ ନଷ୍ଟ କରିଦେଇଥିଲେ ବୋଲି ଠିକା ସଂସ୍ଥାର ସାଇଟ୍ ଇନଚାର୍ଜ ଅଶ୍ୱିନୀ କୁମାର ଦେବତା (୨୮) ସମଲ ଥାନାରେ ଅଭିଯୋଗ ପରେ ପୁଲିସ୍ ଏକ ଡକାୟତି ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିଲା । ଏହି ଲୁଟ୍‌ପାଟ୍ ଘଟଣାରେ ସଂପୃକ୍ତି ଅଭିଯୋଗରେ ସମଲ ଥାନା ଟିପୋ ଗ୍ରାମର ସୁମନ୍ତ ସେଠୀ(୨୧), ଜୟନ୍ତ ସେଠୀ(୨୫), ଏକାଦୁଶିଆ ବେହେରା (୨୫) ଓ ସମଲ ଗାଁର ସନ୍ତୋଷ ସାମଲ (୨୫)ଏବଂ ବିଲିଣ୍ଡା ଗ୍ରାମର ଲିପକ ବେହେରା (୨୨)କୁ ଗିରଫ କରି  କୋର୍ଟଚାଲାଣ କରାଯାଇଥିବା ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଆଇଆଇସି ଚାରୁଲତା ବେହେରା ମାମଲାର ତଦନ୍ତ ଚଳାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଜଣାଯାଇଛି ।

Share

Leave a Reply