ମେଡିସିନ ରିପ୍ରେଜେଣ୍ଟେଟିଭଙ୍କୁ କଟୁରୀରେ ହାଣି ଲୁଟିନେଲେ ୮୦ ହଜାର ଟଙ୍କା

You are currently viewing ମେଡିସିନ ରିପ୍ରେଜେଣ୍ଟେଟିଭଙ୍କୁ କଟୁରୀରେ ହାଣି ଲୁଟିନେଲେ ୮୦ ହଜାର ଟଙ୍କା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ବୁଢ଼ାପାଳ- ଛେଣ୍ତିପଦା ଜାତୀୟ ରାଜପଥ ୧୫୩(ବି)ର ନୂଆପଡ଼ା ଗାଁ ନିକଟରେ ଥିବା କାଜୁ ବଗିଚା ଠାରୁ ଜଣେ ମେଡିସିନ ରିପ୍ରେଜେଣ୍ଟେଟିଭଙ୍କୁ ଲୁଟ୍ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି କଟୁରୀରେ ଆକ୍ରମଣ କରି ତାଙ୍କଠାରୁ ୮୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଅନୁଗୁଳ ସୌଭାଗ୍ୟ ନଗର ଅଞ୍ଚଳର ସାଇଶ୍ରୀ ଫାର୍ମାସିଟିକାଲ ନାମକ ହୋଲସେଲର ସଂସ୍ଥାର ମାଲିକ ସମୀର କୁମାର ଦାସ ବୁଢାପାଳରୁ ମେଡିସିନ ଟଙ୍କା ଆଦାୟ କରି ଅନୁଗୁଳ ଫେରୁଥିଲେ। ବୁଢ଼ାପାଳ- ଛେଣ୍ତିପଦା ରାସ୍ତାର ନୂଆପଡ଼ା କାଜୁ ବଗିଚା ଠାରେ ଏକ ପଲସରରେ ଦୁଇ ଜଣ ହେଲମେଟ ପିନ୍ଧା ଦୁର୍ବୃତ୍ତ ଆସି କଟୁରୀରେ ସମୀରଙ୍କୁ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ ଭାଙ୍ଗି ଦେଇଥିଲେ। ଏଥିସହ ତାଙ୍କ ନିକଟରେ ଥିବା ନଗଦ ୮୦ ହଜାର ଟଙ୍କା ଲୁଟି ନେଇ ଫେରାର ହୋଇ ଯାଇଥିଲେ। ସମୀର ରକ୍ତାକ୍ତ ଅବସ୍ଥାରେ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ବାଗଡିଆ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।

Share

Leave a Reply