ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୫ ଗିରଫ

You are currently viewing ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ଗାଁର ଜଣେ ଅନୁସୂଚିତ ଜନଜାତିର ବିଧବା ମହିଳାଙ୍କୁ ପୂର୍ବ ଶତ୍ରୁତାରୁ ମରଣାନ୍ତକ ଅକ୍ରମଣ ଅଭିଯୋଗରେ ୪ ଜଣ ଗିରଫ ହୋଇଛନ୍ତି।

ସୂଚନା ଯେ, ଗାଁର ସୁକାନ୍ତୀ ନାଏକଙ୍କ ସହ ଗାଁ କୁଳମଣି ସହୁଙ୍କ ପରିବାରର ଜମିବାଡ଼ିକୁ ନେଇ ବିବାଦ ଲାଗିରହିଥିଲା। ତେବେ ସୋମବାର ଅପରାହ୍ନରେ ସୁକାନ୍ତି ଘରେ ଥିବା ବେଳେ କୁଳମଣି ସାହୁଙ୍କ ସ୍ତ୍ରୀ ଝରୀ ସାହୁ, ଯୋଗେଶ୍ବର ସାହୁ, ମହେଶ୍ବର ସାହୁ ଓ ବାବୁଲି ସାହୁ ସଙ୍ଘବଦ୍ଧଭାବେ ଠେଙ୍ଗାବାଡ଼ିଧରି ସୁକାନ୍ତୀଙ୍କ ଘରେ ପଶି ନିସ୍ତୁକ ମାଡ଼ ମାରି ଟଣା ଓଟରା କରିଥିଲେ। ଏଥିରେ ସୁକାନ୍ତୀ ଗୁରୁତର ଆହତ ହୋଇଥିଲେ। ଏ ନେଇ ସୁକାନ୍ତି ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜୁକରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।

Share

Leave a Reply