ଦୀର୍ଘ ବର୍ଷ ଧରି ପିଲାଙ୍କୁ ଜ୍ଞାନ ପ୍ରଦାନ କରିବା ପରେ ଅବସର ନେଲେ ବଅଁରପାଳର ୫ ଶିକ୍ଷକ ଶିକ୍ଷୟିତ୍ରୀ

You are currently viewing ଦୀର୍ଘ ବର୍ଷ ଧରି ପିଲାଙ୍କୁ ଜ୍ଞାନ ପ୍ରଦାନ କରିବା ପରେ ଅବସର ନେଲେ ବଅଁରପାଳର ୫ ଶିକ୍ଷକ ଶିକ୍ଷୟିତ୍ରୀ

ଅନୁଗୁଳ: ବଅଁରପାଳ ବ୍ଲକର ବିଭିନ୍ନ ସ୍କୁଲର ୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅବସର ଗ୍ରହଣ କରିଛନ୍ତି। ସ୍ଥାନୀୟ ବଡ ପାଟଣା ଉପ୍ରା ବିଦ୍ୟାଳୟ, ଲଙ୍ଗୁଳିଆବେଡା ପ୍ରାଥମିକ ବିଦ୍ୟାଳୟ, କୁମଣ୍ଡ ଉପ୍ରା ବିଦ୍ୟାଳୟ, କୁଶାଶିଙ୍ଗା ଉପ୍ରା ବିଦ୍ୟାଳୟ ଓ କାଣ୍ଡସର ସରକାରୀ ଉପ୍ରା ବିଦ୍ୟାଳୟର ୫ ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ସୋମବାର ଅବସର ନେଇଛନ୍ତି।

ଗତ ଶନିବାର ବଅଁରପାଳ ବ୍ଲକ ସୌଜନ୍ୟରୁ ବିଦାୟୀ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ସାମଲ, ରାଧେ ଶ୍ୟାମ ବେହେରା, କାମିନୀ ବିଶୋଇ, ଶାନ୍ତିଲତା ମିଶ୍ର ଓ ପ୍ରଭାତୀ ଆଚାର୍ଯ୍ୟଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ସମସ୍ତ କାଗଜ ପତ୍ର ପ୍ରଦାନ କରାଯାଇଥିଲା। ଏ ଅବସରରେ ବଅଁରପାଳ ବ୍ଲକ ଶିକ୍ଷା ଅଧିକାରୀ ଦେବାନନ୍ଦ ଖୁଣ୍ଟିଆ, ଅତିରିକ୍ତ ଶିକ୍ଷା ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର, ସୁଷମା ପଟ୍ଟନାୟକ, ଧରଣୀ ଧର ବାରିକ, ବିନୟ କୁମାର ଶତପଥୀ, ତପନ ନନ୍ଦ ପ୍ରମୁଖ ବିଦାୟୀ କାଳୀନ ସଭାରେ ଉପସ୍ଥିତ ରହିଥିଲେ।

Share

Leave a Reply