୨୪ ଘଣ୍ଟା ପରେ ମିଳିଲା କାଉଡ଼ିଆଙ୍କ ମୃତଦେହ, ଶିବଙ୍କୁ ପାଣି ଲାଗି କରିବାକୁ ଯାଇ କେନାଲରେ ଭାସିଯାଇଥିଲେ

You are currently viewing ୨୪ ଘଣ୍ଟା ପରେ ମିଳିଲା କାଉଡ଼ିଆଙ୍କ ମୃତଦେହ, ଶିବଙ୍କୁ ପାଣି ଲାଗି କରିବାକୁ ଯାଇ କେନାଲରେ ଭାସିଯାଇଥିଲେ

ଅନୁଗୁଳ: ମହାଦେବଙ୍କୁ ପାଣି ଲାଗି କରିବାକୁ ଯାଇ କେନାଲରେ ଭାସି ଯାଇଥିବା ଯୁବକଙ୍କ ମୃତ ଦେହ ଆଜି ଉଦ୍ଧାର ହୋଇଛି। ଘଟଣାର ୨୪ ଘଣ୍ଟା ପରେ ଆଜି ଶ୍ୟାମସୁନ୍ଦରଙ୍କ ମୃତ ଦେହକୁ ସ୍ଥାନୀୟ ଲୋକେ କେନାଲରୁ ଉଦ୍ଧାର କରିଛନ୍ତି।

ଗତକାଲି ତାଳଚେର ବାଘୁଆବୋଲ ବାରିକ୍ ସାହିର ଶ୍ୟାମ ସୁନ୍ଦର ବାରିକ୍ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କୁଆଳୁର ଅଷ୍ଟଶମ୍ଭୁ ମନ୍ଦିରକୁ ଜଳଲାଗି ପାଇଁ ଯାଇଥିବା ବେଳେ କେନାଲର ସ୍ରୋତ ରେ ଭାସି ଯାଇଥିଲେ। ଗତ କାଲି ଠାରୁ ଅଗ୍ନିଶମ ବିଭାଗ ବହୁତ ଚେଷ୍ଟା କରିଥିଲେ ମଧ୍ୟ ଶ୍ୟାମସୁନ୍ଦରଙ୍କ ସନ୍ଧାନ ମିଳି ପାରିନଥିଲା। ଆଜି ତାଙ୍କ ମୃତ ଦେହ କେନାଲରୁ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ଖେଳି ଯାଇଛି।

Share

Leave a Reply