୫୦ ଲିଟର ମଦ ଜବତ, ଜଣେ ଗିରଫ

You are currently viewing ୫୦ ଲିଟର ମଦ ଜବତ, ଜଣେ ଗିରଫ

ଅନୁଗୁଳ: ଅବକାରୀ ବିଭାଗର ମୋବାଇଲ୍ ସ୍କ୍ୱାଡ୍ ପକ୍ଷରୁ ହେମସୁରପଡ଼ା ଛକ ଠାରେ ଚଢ଼ାଉ କରାଯାଇ ଏକ ବାଇକ୍ ସହ ୫୦ ଲିଟର ଚୋରା ଦେଶୀ ମଦ ଜବତ କରାଯାଇଛି । ଏଥିସହିତ ମଦ କାରବାରରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ତାଳଚେର ଥାନା ଇଲାକା କନ୍ଧବେରେଣୀ ଗ୍ରାମର ଆନନ୍ଦ ଚନ୍ଦ୍ର ସାହୁ(୩୫) । ଅବକାରୀ ବିଭାଗ ସୂଚନା ମୁତାବକ, ଆନନ୍ଦ ବାଇକ୍‌ରେ ଚୋରା ମଦ ଆଣି ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ବିକ୍ରି କରିଥାନ୍ତି । ରବିବାର ସକାଳେ ସେ ଅନୁଗୁଳ ସହରର ହେମସୁରପଡ଼ା ଛକ ଆଡ଼କୁ ଆସୁଥିବା ଅବକାରୀ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା। ଅବକାରୀ କର୍ମଚାରୀ ହେମସୁରପଡ଼ା ଛକ ଠାରେ ଛପି ରହିଥିଲେ । ଆନନ୍ଦ ସେହି ରାସ୍ତା ଅତିକ୍ରମ କରୁଥିବା ବେଳେ ତାଙ୍କୁ କାବୁ କରାଯାଇଥିଲା। ତାଙ୍କ ବାଇକ୍ ସହିତ ତାଙ୍କ ଠାରୁ ୫୦ ଲିଟର ଦେଶୀ ମଦ ଜବତ କରାଯାଇ ତାଙ୍କୁ ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି। ଏହି ଚଢ଼ାଉରେ ଜିଲ୍ଲା ମୋବାଇଲ୍ ଷ୍ଟ୍ରାଡ୍ ଇନ୍ସପେକ୍ଟର କରୁଣା ଶଙ୍କର ତିୱାରୀ, ସନ୍ତୋଷ କୁମାର ସାହୁ, ସରୋଜ କୁମାର ସାହୁ, ଭରତ ବେହେରା ପ୍ରମୁଖ ସାମିଲ୍ ଥିଲେ।

Share

Leave a Reply