ବିଶ୍ଵ ରକ୍ତଦାତା ଦିବସରେ ୫୩ ଜଣ ରକ୍ତ ଦେଲେ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଦାନ ଭବନରେ ବିଶ୍ଵ ରକ୍ତ ଦାତା ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଅନୁଗୁଳ ଉତ୍କର୍ଷ ପରିବାର,ବ୍ଲଡ଼ ବ୍ୟାଙ୍କ ଏବଂ ଜେଏସପି ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।

ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି,ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ସିଡିଏମଓ ଡ଼ା ଶିବାନନ୍ଦ ମହାନ୍ତି ପ୍ରମୁଖ ଅତିଥି ରୁପେ ଶିବିରକୁ ଉଦଘାଟନ କରିଥିଲେ।ନବ ନିର୍ବାଚିତ ବିଧାୟକ ଶ୍ରୀ ପ୍ରଧାନ ରକ୍ତଦାନ ଏକ ମହତ୍ କାର୍ଯ୍ୟ ଏବଂ ପ୍ରତ୍ୟେକ ଯୁବକ ଯୁବତୀ ରକ୍ତଦାନ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ଅନୁଗୁଳ ରକ୍ତ କେନ୍ଦ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁମନ୍ତେ ଧ୍ୟାନ ଦିଆଯିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଶକ୍ତି ପ୍ରସାଦ ପଟନାୟକ,ଆଇନଜୀବି ପ୍ରଦୀପ ଦେବତା,ସ୍ବେଛାସେବୀ ଚିନ୍ମୟୀ ଦାସ,ମହେଶ ଭୋମରାଜ,ଜିନ୍ଦଲ କ୍ରୀଡା ଅଧିକାରୀ ତାପସ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଗୁଳ ତାଇକୁଣ୍ଡୁ ସଂଘ ର ମୁଖ୍ୟ ଦୁସ୍ୟନ୍ତ କୁମାର ନାଥ ଏବଂ ତାଙ୍କ ସହଯୋଗୀ ମାନେ ଶିବିର ପରିଚାଳନାରେ ସହଯୋଗ କରିଥିଲେ।ଶିବିରରୁ ମୋଟ ୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ରକ୍ତ ଭଣ୍ଡାର ଏବଂ ଜେ ଏସ ପି ଫାଉଣ୍ଡେସନ ପକ୍ଷରୁ ସମସ୍ତ ରକ୍ତଦାତା ମାନଙ୍କୁ ଟି ସାର୍ଟ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.

error: Content is protected !!