୫୪ ତମ ଜିଲ୍ଲା ପରିଷଦ ବୈଠକ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ଆଲୋଚନା

You are currently viewing ୫୪ ତମ ଜିଲ୍ଲା ପରିଷଦ ବୈଠକ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ନେଇ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ୫୪ ତମ ଜିଲ୍ଲା ପରିଷଦ ବୈଠକ ମଙ୍ଗଳବାର ସକାଳେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ଏହିଁ ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲଳିତ ମୋହନ ବେହେରା ଅଧ୍ୟକ୍ଷତା କରିଥିଲେ। ଏଥିରେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନ ସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ, ଢେଙ୍କାନାଳ ସାସଂଦ ମହେଶ ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ସମ୍ବଲପୁର ସାସଂଦଙ୍କ ପ୍ରତିନିଧ ଅଗସ୍ତ ବେହେରା, ଆଠମଲ୍ଲିକ ବିଧାୟକ ଓ ପାଳଲହଡା ବିଧାୟକଙ୍କ ପ୍ରତିନିଧି, ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଜିଲ୍ଲା ପରିଷଦର ସମସ୍ତ ସଭ୍ୟ ସଭ୍ୟା ଓ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।

ପୂର୍ବ ସଭାର ବିବରଣୀ ପାଠ କରାଯାଇ, ପାନୀୟ ଜଳ ଯୋଗାଣ ଓ ପରିମଳ, ଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ଜଳ ସମ୍ପଦ, ପ୍ରାଣି ସମ୍ପଦ, ଖାଦ୍ୟ ଓ ଯୋଗାଣ, ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମ୍ୟ ଗୃହ ନିର୍ମାଣ, ବିଦ୍ୟୁତ୍, ଶିଶୁ ଓ ମହିଳା ବିକାଶ, ଜିଲ୍ଲା ମଙ୍ଗଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ତାହାର ଆଶୁ ସମାଧାନ ନେଇ ଆଲୋଚନା କରାଯାଇଥିଲା। ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

Share

Leave a Reply