ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୁଳ ପୋଲିସ ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ଟଙ୍କା ସହ ତିନିଟି ବାଇକ, ତାସ ଓ ପାଲ ଜବତ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ ମଙ୍ଗଳବାର ସନ୍ଧ୍ୟାରେ ଅନୁଗୁଳ ବିଏଡ଼ କଲେଜ ପଛ ପାଖ ବସ୍ତିରେ କେତେକ ବ୍ୟକ୍ତି ଜୁଆ ଖେଳୁଥିବାର ଖବର ପାଇ ପୋଲିସ ଚଢ଼ଉ କରିଥିଲା। ଅନୁଗୁଳ ଥାନା ଆଇଆଇସି ଧୀରେସ କୁମାର ଦାସଙ୍କ ନେତୃତ୍ୱରେ ପୋଲିସମାନେବଉକ୍ତ ଜାଗାରେ ଅତର୍କିତ ଭାବେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ପୋଲିସ ସେଠାରୁ ନଗଦ ୧୭,୫୨୦ଟଙ୍କା, ଦୁଇଟି ବାଇକ, ଗୋଟିଏ ସ୍କୁଟି, ତାସ ଏବଂ ପ୍ଲାଷ୍ଟିକ ପାଲ ଜବତ କରିଛି। ଏଥିସହ ଏହି ବେଆଇନ କାର୍ଯ୍ୟରେ ସଂଶ୍ଲିଷ୍ଟ ଥିବା ଖଲାରୀର ସୁଶାନ୍ତ କୁମାର ନାୟକ, ବିଏଡ଼ କଲେଜ ଛକର ମିଥୁନ ବେହେରା, ମଦନ ମୋହନପଡ଼ାର ଆନନ୍ଦ ସାହୁ, ସଞ୍ଜୟ ବାରିକ, ଚିନ୍ମୟ ଜଗଦଳ ଏବଂ ଜରପଡା ତୁମୁସିଂହାର ସହଦେବ ଗୋଛାୟତ ପ୍ରମୁଖଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।