ଅନୁଗୁଳ: ଡକାୟତି ଯୋଜନା ପଣ୍ଡ। ତାଳଚେର କଲେଜ ପଡିଆ ନିକଟ ଜଙ୍ଗଲ ପାଖରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଏକ କୁଖ୍ୟାତ ଗ୍ୟାଙ୍ଗକୁ ମାଡି ବସିଲା ତାଳଚେର ପୋଲିସ। ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଗୁଳି, କଟୁରି ଓ ଏକ ଲୁହା ରଡ଼ ଜବତ କରାଯାଇଛି।
ସୂଚନା ଅନୁଯାୟୀ, ତାଳଚେର କଲେଜ ପଡିଆ ନିକଟ ଜଙ୍ଗଲରେ ଡକାୟତ ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ଉ କରିଥିଲା। ଡକାୟତ ମାନେ ମଧ୍ୟ ପୋଲିସକୁ ଆକ୍ରମଣ ଉଦ୍ୟମ କରିଥିଲେ। ପରେ ପୋଲିସ ୬ ଡକାୟତକୁ କାବୁ କରିଥିବା ବେଳେ ଜଣେ ଫେରାର ହୋଇଯାଇଛି। ଏମାନଙ୍କ ନାଁରେ ଏକାଧିକ ଆପରାଧିକ ମାମଲା ରହିଥିବା ପୋଲିସ କହିଛି।