ଅଟୋ ଓଲଟି ୬ଶ୍ରମିକ ଗୁରୁତର

You are currently viewing ଅଟୋ ଓଲଟି ୬ଶ୍ରମିକ ଗୁରୁତର

ଅନୁଗୁଳ: ଜରପଡା- ଛେଣ୍ତିପଦା ରାସ୍ତାରେ ଦୁର୍ଗାପୁର ଘାଟିରେ ସୋମବାର ଅଟୋ ଓଲଟି ୬ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଯେ, ଆଠମଲ୍ଲିକ ପାଇକସାହି ଅଞ୍ଚଳର ୬ଜଣ ଶ୍ରମିକ ଆଜି ସକାଳେ ଏକ ଅଟୋରେ ପାଲଲହଡାର ଏକ ପାଉଁଶ ଇଟା ଫ୍ୟାକଟ୍ରିକୁ ଯାଉଥିଲେ। ଦୁର୍ଗାପୁର ଘାଟିରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ପଡିଥିଲା।ଗୁରୁତର ୬ ଜଣ ଶ୍ରମକଙ୍କୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆମ୍ବୁଲାନ୍ସ ମାଧ୍ୟମରେ ଛେଣ୍ତିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Share

Leave a Reply