ଅନୁଗୁଳ: କରୋନା ପାଇଁ ଜିଲ୍ଲା ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ ଜାରି ରହିଛି। ରକ୍ତର ଏହି ଅଭାବକୁ ଦୂର କରିବା ପାଇଁ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ଅନୁଗୁଳ ନିର୍ବାଚନ ମଣ୍ଡଳୀ ଏବଂ ରାଧାରମଣପଡ଼ା ସ୍ଥିତ ବିଜୁ ପଟ୍ଟନାୟକ ୟୁଥ୍ କ୍ଲବ୍ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ ପରିସରରେ ଆୟୋଜିତ ଏହି ଶିବିରରେ ମୋଟ୍ ୬୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଶିବିରରେ ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଗୋପବନ୍ଧୁ ନାଏକ, ଯୁବନେତା ଅରୁଣାଭ ସିଂହ, ଅନୁଗୁଳ ପୌରପାଳିକାର ଯୁବ ବିଜେଡି ସଭାପତି ବିଶ୍ଵରଞ୍ଜନ ସାହୁ, ବୁଢା ଦେହୁରୀ, କୈଳାସ ମୋଦି ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ଯୁବ ବିଡେଜି ଉପ ସଭାପତି ସୁଜିତ୍ ଦ୍ବିବେଦୀ, ଅନୁଗୁଳ ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଅଜିତ୍ ଦ୍ଵିବେଦୀ ଓ ଅବିନାଶ ପରିଡାଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା।
ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର, ୬୮ ୟୁନିଟ୍ ରକ୍ତ ସଂଗୃହୀତ
- Post published:June 21, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
