ଆଦର୍ଶ ଇଣ୍ଟରନେଶନାଲ ସ୍କୁଲର ୬ଷ୍ଠ ପ୍ରତିଷ୍ଠା ଦିବସ

You are currently viewing ଆଦର୍ଶ ଇଣ୍ଟରନେଶନାଲ ସ୍କୁଲର ୬ଷ୍ଠ ପ୍ରତିଷ୍ଠା ଦିବସ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଆଦର୍ଶ ଇଣ୍ଟରନେଶନାଲ ସ୍କୁଲର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆଦର୍ଶ ଗ୍ରୁପ୍ ଇନ୍ଷ୍ଟି ଚ୍ୟୁସନସର ଅଧ୍ୟକ୍ଷ ଡ଼ା ମହେଶ ଚନ୍ଦ୍ର ଧଳ ପ୍ରଦୀପ ଜାଳି ଏହି ସମାରୋହକୁ ଉଦଘାଟନ କରିଥିଲେ। ଡ଼ା ଧଳ ନିଜ ଅଭିଭାଷଣରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ଆଦର୍ଶ ସ୍କୁଲ କିପରି ଦାୟିତ୍ଵର ସହ କାର୍ଯ୍ୟ କରୁଛି ତାହା ବର୍ଣ୍ଣନା କରିଥିଲେ। ଅଭିଭାବକ ମାନେ ପିଲା ମାନଙ୍କ ପ୍ରତିଭା ବିକାଶ ଦିଗରେ ଯତ୍ନଶୀଳ ହେବା ସହ ସେମାନଙ୍କୁ ସହଯୋଗ କରିବାକୁ ନିବେଦନ କରିଥିଲେ। ମୁଖ୍ୟ ବକ୍ତା ରୂପେ ବିଏସଇ ଓଡ଼ିଶାର ପୂର୍ବତନ ସଭାପତି ଡ଼ା ଧରଣୀଧର ନାଥ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ କେବଳ ଶିକ୍ଷାକୁ ଅର୍ଥ ରୋଜଗାରର ମାଧ୍ୟମ ନ ଭାବି ଏହାଦ୍ବାରା ସମାଜର କିଭଳି ବିକାଶ ହେବ ସେଥିନେଇ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ମାନସିକ ରୋଗ ବିଶେଷଜ୍ଞ ଡ଼ା ରଶ୍ମିତା ଭଞ୍ଜଦେଓ ଯୋଗ ଦେଇ ନାରୀ ସଶକ୍ତିକରଣ ଓ ବାଳିକା ଶିକ୍ଷା ଉପରେ ଗୁରୁତ୍ବ ଆରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପ୍ରିନ୍ସିପଲ୍ ସ୍କୁଲର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ। ଏହାପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ଷ୍ଟାଫଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।ଶେଷରେ ସ୍କୁଲର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ଉପଭୋଗ କରିଥିଲେ ।

Share

Leave a Reply