ଅନୁଗୁଳ: ସ୍ଥାନୀୟ କଦମ୍ ପଡ଼ିଆ ଠାରେ ସପ୍ତମ ମର୍ଣିଂଷ୍ଟାର କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟରେ ବାପୁଜୀ ଇଲେଭେନ ଭୁବନେଶ୍ବର ବିଜୟୀ ହୋଇଛି। ଫାଇନାଲ ମ୍ୟାଚ ମର୍ଣିଂଷ୍ଟାର କ୍ରିକେଟ କ୍ଲବର ସହିତ ବାପୁଜୀ ଇଲେଭେନ ଭୁବନେଶ୍ବର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚଟି ତିନୋଟି ଫର୍ମାଟରେ ହୋଇଥିଲା। ପ୍ରଥମ ମ୍ୟାଚ୍ ୧୦ ଓଭର, ଦ୍ଵିତୀୟ ମ୍ୟାଚ୍ ୧୦ ଓଭର ଏବଂ ତୃତୀୟ ମ୍ୟାଚ୍ ୫ ଓଭର ବିଶିଷ୍ଟ ଥିଲା। ପ୍ରଥମ ମ୍ୟାଚରେ ମର୍ଣିଂଷ୍ଟାର ନିର୍ଦ୍ଧାରିତ ଓଭରରେ ୮୬ ରନ୍ କରିଥିଲା। ବାପୁଜୀ ଇଲେଭେନ ଭୁବନେଶ୍ବର ୮.୪ ଓଭରରେ ମ୍ୟାଚ ଜିତି ଥିଲା। ସେହିପରି ଦ୍ଵିତୀୟ ମ୍ୟାଚ୍ ବାପୁଜୀ ଇଲେଭେନ ଭୁବନେଶ୍ବର ନିର୍ଦ୍ଧାରିତ ଓଭରରେ ୮୭ ରନ୍ କରିଥିଲା। ମର୍ଣିଂଷ୍ଟାର ୮ ଓଭରରେ ମ୍ୟାଚ ଜିତି ଥିଲା। ତୃତୀୟ ମ୍ୟାଚ ମର୍ଣିଂଷ୍ଟାର କ୍ରିକେଟ ୫ ଓଭରରେ ୫୨ ରନ୍ କରିଥିଲା। ବାପୁଜୀ ଇଲେଭେନ ଭୁବନେଶ୍ବର ୩.୪ ଓଭରରେ ମ୍ୟାଚ ଜିତି ଥିଲେ। ବାପୁଜୀ ଇଲେଭେନ ଭୁବନେଶ୍ବରକୁ ବିଜେତା ଘୋଷଣା କରାଯାଇଥିଲା।
ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା କ୍ରିକେଟ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ଡାକ୍ତର ସୁଶାନ୍ତ କୁମାର ପଣ୍ଡା, ଜିଲ୍ଲା କ୍ରିକେଟ ସଂଘର ଉପ ସଭାପତି ପ୍ରଭାତ କୁମାର ସିହ୍ନା, ଜିଲ୍ଲା କ୍ରିକେଟ ସଂଘର ଜଏଣ୍ଟ ସେକ୍ରେଟାରୀ ଗଙ୍ଗାଧର ପଟ୍ଟନାୟକ, ପୂର୍ବତନ କ୍ରିକେଟର ସୁଜିତ ପ୍ରଧାନ, ମର୍ଣିଂଷ୍ଟାର କ୍ରିକେଟ କ୍ଲବର ସଭାପତି ମାୟାଧର ମିଶ୍ର, ଉପସଭାପତି ରଞ୍ଜନ କୁମାର ଧୂର ସାମନ୍ତ, ସମ୍ପାଦକ ସମରେନ୍ଦ୍ର ସ୍ବାଇଁ, ବିନୋଦ କୁନାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ।