ରାଉରକେଲାରେ ଦମ୍ ଦେଖାଇଲେ ଅନୁଗୁଳ ଛାତ୍ରଛାତ୍ରୀ, ୭ମ ଓଡ଼ିଶା ଜୁନିଅର ପେଞ୍ଚକ ସିଲଟ ଚାମ୍ପିଅନସିପରେ ହାତେଇଲେ ସ୍ବର୍ଣ୍ଣ-ରୌପ୍ୟ-ବ୍ରୋଞ୍ଜ ପଦକ

You are currently viewing ରାଉରକେଲାରେ ଦମ୍ ଦେଖାଇଲେ ଅନୁଗୁଳ ଛାତ୍ରଛାତ୍ରୀ, ୭ମ ଓଡ଼ିଶା ଜୁନିଅର ପେଞ୍ଚକ ସିଲଟ ଚାମ୍ପିଅନସିପରେ ହାତେଇଲେ ସ୍ବର୍ଣ୍ଣ-ରୌପ୍ୟ-ବ୍ରୋଞ୍ଜ ପଦକ

ଅନୁଗୁଳ: ରାଉରକେଲାରେ ଦମ୍ ଦେଖାଇଲେ ଅନୁଗୁଳ ଛାତ୍ରଛାତ୍ରୀ। ରାଉରକେଲାରେ ଆୟୋଜିତ ୭ମ ଓଡ଼ିଶା ଜୁନିଅର ପେଞ୍ଚକ ସିଲଟ ଚାମ୍ପିଅନସିପରେ ଅନୁଗୁଳ ପ୍ରତିଯୋଗୀ କୃତିତ୍ୱ ହାସଲ କରିଛନ୍ତି। ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଆୟୋଜିତ ଏହି ଚାମ୍ପିଅନସିପରେ ଅନୁଗୁଳ ଜିଲ୍ଲା କୋଚ୍ ବୀରେନ୍ କୁମାର ଭୂତିଆଙ୍କ ନେତୃତ୍ୱରେ ୧୧ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ଚାମ୍ପିଅନସିପରେ ଅପୁରଭା ବକ୍ସି, ରିତିକା ଭୂତିଆ, ପ୍ରଦୀପ୍ତା ଭୂତିଆ, ଆଦ୍ୟାଶା ଦଳାଇ, ଅନ୍ୱେଷା ପାତ୍ର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଅବିନାଶ ବେହେରା ସିଲ୍‌ଭର ଏବଂ ଅନ୍ୟାନ୍ୟ ପ୍ରତିଯୋଗୀ ୫ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଏହି ସଫଳତା ପାଇଁ ଅନୁଗୁଳ ଜିଲ୍ଲା ପେଞ୍ଚକ ସିଲଟ ଆସୋସିଏସନ୍ ଓ ବ୍ଲାକ ଡାଇମଣ୍ଡ ମାର୍ସିଆଲ୍ ଆର୍ଟସ୍ ଏକାଡେମୀର ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସହ ସଭାପତି ରାଜେଶ ଦାସ, ସାଧାରଣ ସଂପାଦକ ସୁଧାଂଶୁ କୁମାର ପଣ୍ଡା ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଚାମ୍ପିଅନ୍‌ସିପ୍‌ରେ ସୁନ୍ଦରଗଡ ଜିଲ୍ଲା ଟିମ୍ ଚାମ୍ପିଅନ୍‌ ହୋଇଥିବା ବେଳେ ଖୋର୍ଦ୍ଧା, ସମ୍ବଲପୁର ଓ ଯାଜପୁର ରନର୍ସ ଅପ୍ ହୋଇଛନ୍ତି।

Share

Leave a Reply