ଅନୁଗୁଳରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ

You are currently viewing ଅନୁଗୁଳରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ

ଅନୁଗୁଳ: ରାଷ୍ଟ୍ରୀୟ ନବବର୍ଷ ପାଳନ କମିଟି ତରଫରୁ ଅନୁଗୁଳଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଅନୁଗୁଳ ଶୈଳଶ୍ରୀକ୍ଷେତ୍ରର ବାଇଶ ପାହାଚରେ ପ୍ରାତଃ ସାଢ଼େ ୫ଟା ବେଳେ ଉଦିତ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରାଯିବା ସହିତ ୧୦୮ ଦୀପ ପ୍ରଜ୍ଜଳନ ପୂର୍ବକ ନବବର୍ଷକୁ ସ୍ବାଗତ କରାଯାଇଥିଲା ।ପରେ ପରେ ବିଷ୍ଣୁ ସହସ୍ର ନାମ ପାଠ କରାଯାଇଥିଲା ।ବେଦଭବନଠାରେ ଏକ ଧର୍ମସଭାରେ ପୁରୀ ଗୋବର୍ଦ୍ଧନ ପୀଠ ସନାତନ ସନ୍ଥ ସମିତିର ସନ୍ଥ ସଂଯୋଜକ ସ୍ବାମୀ ସଚ୍ଚିଦାନନ୍ଦ ସରସ୍ବତୀ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଦିବସ ପାଳନର ମହତ୍ବ ଉପରେ ଆଲୋକପାତ କରିବା ସହ ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଭାପତି ହେମନ୍ତ କୁମାର ଦାଶ ପରିଚାଳନା କରିଥିବା ବେଳେ ପଣ୍ଡିତ ରୋହିତ କୁମାର ଦାଶ ମଞ୍ଚ ସଂଯୋଜନା କରିଥିଲେ । ଆଦିତ୍ୟ ବାହିନୀ ଅନୁଗୁଳ ଶାଖା ସଭାପତି ବାସୁ ଦେବ ହୋତା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅନିମା ଆଚାର୍ଯ୍ୟ ଗୁରୁବନ୍ଦନା ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଦିତ୍ୟ ବାହିନୀ ସମ୍ପାଦକ ପର୍ଶୁରାମ ଦାଶ, ସୁଧୀର କୁମାର ମିଶ୍ର, କିଶୋର ସାହୁ, ମାନସ ରଞ୍ଜନ ମିଶ୍ର, ସୌରୀ ରଞ୍ଜନ ପଣ୍ଡା, ସୁରେଶ ଶାହା, ପଦ୍ମଚରଣ ପ୍ରଧାନ, ସାଗର ସୌଭାଗ୍ୟ ପ୍ରଧାନ, କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Share

Leave a Reply