୮୨ ଗ୍ରାମ୍‌ ହେରୋଇନ୍‌ ଜବତ, ଜଣେ ଗିରଫ

You are currently viewing ୮୨ ଗ୍ରାମ୍‌ ହେରୋଇନ୍‌ ଜବତ, ଜଣେ ଗିରଫ

ଅନୁଗୁଳ: ହେରୋଇନ୍‌ କାରବାର କରୁଥିବା ‌ଜଣେ ଲୋକଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହ ତାଙ୍କ ପାଖରୁ ୮୨ ଗ୍ରାମ୍‌ ହେରୋଇନ୍‌ ଜବତ କରିଛି।                                                                            ସୂଚନା ଅନୁସାରେ, ନାଲ୍‌କୋନଗର ଥାନା ଅଞ୍ଚଳରେ ହେରୋଇନ୍‌ କାରବାର ନେଇ ଖବର ପାଇବା ପରେ ଆଜି ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ାଉ କରିଥିଲା। ଏହି ସମୟରେ ନାଲ୍‌କୋନଗର ଥାନା କନ୍ୟାବେଡ଼ା ଗ୍ରାମର ବିବେକ କୁମାର ଦାସ(୨୬)ଙ୍କ ପାଖରୁ ୮୨ ଗ୍ରାମ୍‌ ହେରୋଇନ୍‌ ଜବତ କରାଯାଇଛି। ଅବକାରୀ ବିଭାଗ ଏଥିନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

Share

Leave a Reply