୮୪ ତମ ‘ପ୍ରଜାମଣ୍ଡଳ’ ଦିବସ ପାଳିତ

You are currently viewing ୮୪ ତମ ‘ପ୍ରଜାମଣ୍ଡଳ’ ଦିବସ ପାଳିତ

ଅନୁଗୁଳ (Jugal Kishore Sahoo) : ଅନୁଗୁଳ ଜିଲ୍ଲା ତାଳଚେର ସ୍ୱାଧୀନତା ସଂଗ୍ରାମୀ ଟ୍ରଷ୍ଟ, କଣିହାଁ ଆନୁକୂଲ୍ୟରେ ସୋମବାର ‘ପ୍ରଜାମଣ୍ଡଳ’ର ୮୪ତମ ଜନ୍ମଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଟ୍ରଷ୍ଟ ସଭାପତି ନୃସିଂହ ବରାଳଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଏବଂ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଳଲହଡା ବିଧାୟକ ମୁକେଶ ପାଳ, ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଈଶ୍ୱର ଚନ୍ଦ୍ର ବିଶ୍ୱାଳ, ଏନଟିପିସି କଣିହାଁ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ନିର୍ଦେଶକ ଭି.କେ. ଶ୍ରୀନିବାସ, ଟ୍ରଷ୍ଟ ସମ୍ପାଦକ ନିର୍ମଳ ସାହୁ ପ୍ରମୁଖ ସମ୍ମାନିତ ଅତିଥିରୂପେ ଯୋଗଦାନ କରିଥିଲେ । ଉପସ୍ଥିତ ଅତିଥି ମାନଙ୍କ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସହୀଦ ଯବାନଙ୍କ ପରିବାର ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା । ପୂର୍ବତନ କଣିହାଁ କଲେଜ ଅଧକ୍ଷ ଡ଼କ୍ଟର ପୂର୍ଣ୍ଣିଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଶ୍ରୀ ସାହୁ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ଟ୍ରଷ୍ଟ ଉପସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share

Leave a Reply