ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଛି।ଏଥିରେ ତେଜ ୱାରିଅରସ ମୂଷାପାପୁଲି ଅନୁଗୁଳ ସହ ମ୍ୟାଜିକ ଇଲେଭେନ କଟକର ମ୍ୟାଚ୍ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ମ୍ୟାଜିକ ଇଲେଭେନ କଟକ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୯ ଓଭର ୪ ବଲରେ ସମସ୍ତ ଉଇକେଟ ହରାଇ ୭୨ ରନ୍ କରିଥିଲା। ତେଜ ୱାରିଅରସ ମୂଷାପାପୁଲି ୭୨ରନ୍ ପିଛା କରି ୮ ଓଭର ୩ଟି ବଲ ଖେଳି ମ୍ୟାଚ୍ ଜିତି ସେମିଫାଇନାଲରେ ପ୍ରବେଶ କରିଛି। ରାଜେଶ୍ବର ସିଂହ ୩ ଓଭର ବୋଲିଙ୍ଗ୍ କରି ୩ ଉଇକେଟ ନେଇ ମ୍ୟାନ ଅଫ୍ ଦି ମ୍ୟାଚ ହେଇଥିଲେ।
ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା. ସୁଶାନ୍ତ କୁମାର ପଣ୍ଡା ଉପସ୍ଥିତ ରହି ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ବିତରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଡା. ସୌମ୍ୟକାନ୍ତ ବିଷୋୟୀ, ନୀଳମଣି ରାଉତ, ପ୍ରଶାନ୍ତ କୁମାର ସିହ୍ନା, ମର୍ଣ୍ଣିଂଷ୍ଟାରର ସଭାପତି ମାୟାଧର ମିଶ୍ର, ସମ୍ପାଦକ ରଞ୍ଜନକୁମାର ଧୀର ସାମନ୍ତ, ସମରେନ୍ଦ୍ର ସ୍ବାଇଁ ଉପସ୍ଥିତ ଥିଲେ। ବିରେଞ୍ଜନ ମହାନ୍ତି ପ୍ରତ୍ୟେକ ଆକର୍ଷଣୀୟ ଛକା ପାଇଁ ୬୦ ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି। ଜୟକୃଷ୍ଣ ରାଉତ ଓ ଅନିଲ କୁମାର ଗଡ଼ନାୟକ ଖେଳକୁ ପରିଚାଳନା କରିଥିବାବେଳେ ଅଭୟ କୁମାର ପାଢୀ ଓ ରାମଚନ୍ଦ୍ର ସାହୁ ସ୍କୋର ବୋର୍ଡ ଦାୟିତ୍ୱରେ ଥିଲେ। ସେହିପରି ବିନୋଦ ସାମଲ କମେଣ୍ଟ୍ରି କରିଥିଲେ।
ଆସନ୍ତାକାଲି ଶେଷ ସେମିଫାଇନାଲ ଅନୁଗୁଳ ମର୍ଣ୍ଣିଂଷ୍ଟାର କ୍ରିକେଟ କ୍ଲବ ଓ ତେଜ ୱାରିଅରସ ମୂଷାପାପୁଲି ମଧ୍ୟରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ ପୂର୍ବରୁ ହିନ୍ଦୋଳ ଫାଇନାଲରେ ପ୍ରବେଶ କରିସାରିଛି।