ଅନୁଗୁଳ: ହାଇଦ୍ରାବାଦରରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଭାଗ ନେବେ ଅନୁଗୁଳର ୯ ଖେଳାଳି। ଆସନ୍ତା ୫ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତା ପାଇଁ ଜିଲ୍ଲାରୁ ୫ ଜଣ ବାଳିକା ଓ ୪ ଜଣ ବାଳକ ମନୋନୀତ ହୋଇଛନ୍ତି। ଖେଳାଳିଙ୍କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ଧନ୍ୟବାଦ ଦେବା ସହିତ ଶୁଭକାମନା ଜଣାଇଛନ୍ତି।
ରାଜ୍ୟ ଉପସଭାପତି ଦୁଷ୍ମନ୍ତ କୁମାର ନାଥଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିବେ। ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲା ସ୍କୋଏ ମାର୍ଶାଲ ଆର୍ଟ ସଂଘର ସଭାପତି ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦ, ଉପସଭାପତି ପ୍ରଦୀପ ଦେବତା, ସଞ୍ଜୟ ମହାପାତ୍ର ପ୍ରମୁଖ ଖେଳାଳିଙ୍କୁ ବିଜୟୀ ହୋଇ ପଦକ ହାସଲ କରିବା ନିମନ୍ତେ ଆଶୀର୍ବାଦ ଦେଇଛନ୍ତି।


