୩୬ ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ଆରମ୍ଭ: ପ୍ରଥମ ମ୍ଯାଚରେ ସମ୍ବଲପୁରକୁ ପରାସ୍ତ କଲା କଟକ

You are currently viewing ୩୬ ତମ ରାଜ୍ୟସ୍ତରୀୟ ପାଳଲହଡ଼ା ଫୁଟବଲ କପ୍ ଆରମ୍ଭ: ପ୍ରଥମ ମ୍ଯାଚରେ ସମ୍ବଲପୁରକୁ ପରାସ୍ତ କଲା କଟକ

 

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଷ୍ଟାଡିଅମ ଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପାଳଲହଡ଼ା ଫୁଟବଲ ଆସୋସିଏସନ ପକ୍ଷରୁ ୩୬ ତମ ରାଜ୍ୟସ୍ତରୀୟ ପାଳଲହଡା ଫୁଟବଲ କପ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ବଛା ବଛା ଆଠଟି ଦଳ ଏଥିରେ ଅଂଶଗ୍ରହଣ କରିଛନ୍ତି। ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଖେଳକୁ ଉଦଘାଟନ କରିଥିଲେ। ବରିଷ୍ଠ ଆଇନଜୀବୀ ତନ୍ମୟ କୁମାର ସାହୁ, ନିଜିଗଡ଼ ସମିତିସଭ୍ଯା ଗୌରି ହାଇବ୍ରୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ଯାଚ୍ କଟକ ଏବଂ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କଟକ ୩-୨ ଗୋଲରେ ସମ୍ବଲପୁରକୁ ପରାସ୍ତ କରି ସେମିଫାଇନାଲ ଖେଳିବାକୁ ଉନ୍ନୀତ ହୋଇଛି। ଶନିବାର ଦ୍ଵିତୀୟ ମ୍ଯାଚ ସୋନପୁର ଓ ସୁନ୍ଦରଗଡ ମଧ୍ୟରେ ଅନୁଷ୍ଠିତ ହେବ। ଆଜିର ମ୍ୟାଚରେ ରେଫରୀ ଭାବେ ଦିଲ୍ଲୀପ ରାଉତ, ସଲିଲ ବେହେରା, ଜିତେନ୍ଦ୍ର କୁମାର ରାଉତ ଓ ଭୋଳେଶ୍ଵର ଗାଗରାଇ ଖେଳ ପରିଚାଳନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପାଳଲହଡ଼ା କପର ଅଧ୍ୟକ୍ଷ ସୁଧାଂଶୁ କପରଦାର, ସଭାପତି ରଘୁନନ୍ଦନ ଆଚାର୍ଯ୍ଯ, ସମ୍ପାଦକ ଆଶିଷ ସାମଲ, କୋଷାଧ୍ୟକ୍ଷ ଅଭୟ ନାଏକ, ଯୁଗ୍ମ ସମ୍ପାଦକ ଈଶ୍ଵର ବେହେରା, କ୍ଲବର ବରିଷ୍ଠ ସଦସ୍ୟ ହରିହର ବେହେରା, ନରେନ୍ଦ୍ର ଭୁକ୍ତା, ବିଷ୍ଣୁ ପ୍ରସାଦ ଦାସ, ମନୋଜ ରଞ୍ଜନ ପ୍ରଧାନ, ବସନ୍ତ ବେହେରା, ହିମାଂଶୁ ନହରା ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply