ରାଜସ୍ୱ ଗ୍ରାମ ‘ଗୋତମରା’ ବିଭାଜନ ପ୍ରସ୍ତାବ, ଜନଶୁଣାଣିରେ ଗ୍ରାମବାସୀଙ୍କ ଅସନ୍ତୋଷ

You are currently viewing ରାଜସ୍ୱ ଗ୍ରାମ ‘ଗୋତମରା’ ବିଭାଜନ ପ୍ରସ୍ତାବ, ଜନଶୁଣାଣିରେ ଗ୍ରାମବାସୀଙ୍କ ଅସନ୍ତୋଷ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଗୋତମରା ରାଜସ୍ୱ ଗ୍ରାମର ସୀମା ପରିବର୍ତ୍ତନ କରି ନୂତନ ରାଜସ୍ୱ ଗ୍ରାମ ଗଠନ ପ୍ରସ୍ତାବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜନଶୁଣାଣି ଓ ଆପତ୍ତି ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଗ୍ରାମ କମିଟି ଉପସଭାପତି ସତ୍ୟବାନ ବରାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ରାଜସ୍ୱ ବିଭାଗର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।

ସୂଚନା ଅନୁଯାୟୀ, ଗୋତମରା ଗ୍ରାମକୁ ବିଭାଜନ କରି ‘ବାଲିସାହି ପଡ଼ା’ ନାମରେ ଏକ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମ ଗଠନ ପାଇଁ ପ୍ରସ୍ତାବ ରହିଥିଲା। ତହସିଲଦାର ସୁଶାନ୍ତ ମିଶ୍ର, ଅତିରିକ୍ତ ତହସିଲଦାର ସୁକାନ୍ତ ନାୟକ, ରାଜସ୍ୱ ନିରୀକ୍ଷକ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀଙ୍କ ଉପସ୍ଥିତିରେ ଗ୍ରାମବାସୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିଲେ। ସରପଞ୍ଚ ମଣ୍ଟୁ ବରାହ, ସମିତିସଭ୍ୟ ରାମଚନ୍ଦ୍ର ଭୋଳ, ଦୟାନିଧି ବିଶ୍ୱାଳଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

Share

Leave a Reply