ଏମସିସି ଓ ଡମ୍ପୟାର୍ଡ ବୁଲି ଦେଖିଲେ କଲେଜ୍ ଛାତ୍ରଛାତ୍ରୀ

You are currently viewing ଏମସିସି ଓ ଡମ୍ପୟାର୍ଡ ବୁଲି ଦେଖିଲେ କଲେଜ୍ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ବିଜ୍ଞାନ ସ୍ନାତକ ପ୍ରାଣୀ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ନିକଟରେ ମିଶ୍ରପଡ଼ା ସ୍ଥିତ ଏମସିସି ଏବଂ ପଞ୍ଚମହଲା ସ୍ଥିତ ଡମ୍ପୟାର୍ଡ ଓ ତରଳ ମଳ ଉପଚାର କେନ୍ଦ୍ର ଆଦି ବୁଲି ଦେଖିଥିଲେ। ସହରର କଠିନ ବର୍ଯ୍ୟ ବସ୍ତୁକୁ କିପରି ସଂଗ୍ରହ କରାଯାଇ ତାକୁ ବିଭିନ୍ନ ଶ୍ରେଣୀରେ ଭାଗ କରାଯାଇ ଶୁଖିଲା ଓ ଓଦା ଅଳିଆକୁ କିଭଳି ଅଲଗା ଅଲଗା ନଷ୍ଟ କରାଯାଉଛି ଓ ଖତ ତିଆରି କରାଯାଉଛି ତାହା ବୁଲି ଦେଖିଥିଲେ। ପ୍ଲାଷ୍ଟିକ ଆବର୍ଜନାକୁ କିଭଳି ସମ୍ପୂର୍ଣ୍ଣ ଅଲଗା କରାଯାଇ ସିମେଣ୍ଟ କାରଖାନାକୁ ପଠା ଯାଉଛି ତାହା ମଧ୍ୟ ଛାତ୍ରଛାତ୍ରୀ ବୁଲି ଦେଖିଥିଲେ। ସେମାନେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀଙ୍କୁ ଭେଟି ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।

Share

Leave a Reply