ଅନୁଗୁଳ: ପୁଲିସ୍ ସେବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପୁଲିସ୍ କର୍ମଚାରୀଙ୍କ ପାଇଁ ଶନିବାର ଡିଜିପି ପୁରସ୍କାର ଘୋଷିତ ହୋଇଛି। ରାଜ୍ୟର ମୋଟ୍ ୧୧୬ ଜଣଙ୍କୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ସମ୍ମାନଜନକ ପୁଲିସ୍ ପଦକ ମିଳିବ। ଏଥିରେ ଅନୁଗୁଳର ୯ ଜଣ ପୁଲିସ୍ ଅଧିକାରୀ ଓ କର୍ମଚାରୀ ସାମିଲ୍ ଅଛନ୍ତି। ଅନୁଗୁଳ ପିଟିସିର ଡିଏସ୍ପି ଦୁଃଖବନ୍ଧୁ ନାଏକ, ପିଟିସିର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଚିତ୍ତରଞ୍ଜନ ମାଝି, ପିଟିସିର ଇନ୍ସପେକ୍ଟର ତାପସ କୁମାର ଭୋଇ, ଇନ୍ସପେକ୍ଟର ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ସବ୍-ଇନ୍ସପେକ୍ଟର ବିପ୍ଳବ ସାହୁ, ସବ୍-ଇନ୍ସପେକ୍ଟର ବିକ୍ରମ କୁମାର ଭୂୟାଁ, ସବ୍-ଇନ୍ସପେକ୍ଟର ମନୋହର ପାତ୍ର, ସବ୍-ଇନ୍ସପେକ୍ଟର ସତ୍ୟରଞ୍ଜନ ଲେଙ୍କା, ପିଟିସିର ହାବିଲଦାର ଇନ୍ଦ୍ରମଣି ବେହେରାଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିବ ବୋଲି ଜଣାଯାଇଛି।
ଅନୁଗୁଳର ୯ ଜଣଙ୍କୁ ପୁଲିସ୍ ପଦକ
- Post published:August 15, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul