ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁର ଛକ ଠାରେ କାର ଧକ୍କାରେ ସୋମବାର ଅପରାହ୍ନରେ ଜଣେ ୯ ବର୍ଷ ଶିଶୁର ମୃତ୍ୟୁ ହୋଇଛି। ସୂଚନା ଯେ, ଶିଶୁଟି ରାସ୍ତା ଅତିକ୍ରମ କରୁଥିବା ସମୟରେ କଟକ ଆଡୁ ଅନୁଗୁଳକୁ ଆସୁଥିବା ଏକ କାର ଧକ୍କା ଦେଇଥିଲା। ଫଳରେ ଶିଶୁଟି ରାସ୍ତା ଉପରେ ଛିଟିକି ପଡ଼ିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସେହି କାରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମହିଧରପୁର ଫାଣ୍ଡିରେ ଏକ ମାମଲା ରୁଜୁକରି ପୁଲିସ୍ ଘଟଣାର ତଦନ୍ତ କରୁଛି।
କାର୍ ଧକ୍କାରେ ଶିଶୁ ମୁତ
- Post published:October 4, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
