ରାଜ୍ୟସ୍ତରୀୟ ଦୌଡକୁଡ଼ ପ୍ରତିଯୋଗିତା ପାଇଁ ୨୫ ଜଣିଆ ଟିମ୍‌ର ଭୁବନେଶ୍ବର ଗସ୍ତ

You are currently viewing ରାଜ୍ୟସ୍ତରୀୟ ଦୌଡକୁଡ଼ ପ୍ରତିଯୋଗିତା ପାଇଁ ୨୫ ଜଣିଆ ଟିମ୍‌ର ଭୁବନେଶ୍ବର ଗସ୍ତ

ଅନୁଗୁଳ: ଜୁନ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରର କିଟ୍‌‌ ବିଶ୍ବବିଦ୍ୟାଳୟ ଷ୍ଟାଡିୟମ୍‌ରେ ଆୟୋଜିତ‌ ହେବାକୁ ଥିବା ରାଜ୍ୟ ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ନିମନ୍ତେ ଅନୁଗୁଳର ୨୫ ଜଣିଆ ଟିମ୍‌ ଭୁବନେଶ୍ବର ଗସ୍ତ କରିଛି। ଟିମ୍‌ର ମ୍ୟାନେଜର ଭାବେ ସୁଜିତ୍ ଦାସ ଏବଂ କୋଚ ଭାବେ ନୀଳମଣି ଦାସ ଗସ୍ତରେ ସାମିଲ ହୋଇଛନ୍ତି।ଜିଲ୍ଲା ଆଥଲେଟିକ୍‌‌ ଆସୋସିଏସନ୍‌ ସମ୍ପାଦକ ଡ଼ା ଗୌର ଗୋବିନ୍ଦ ସାମନ୍ତ,ଜିଲ୍ଲା କ୍ରୀଡା ଅଧିକାରୀ‌ ଅକ୍ଷୟ କୁମାର ସିଠ ଓ ସଂଘର ବରିଷ୍ଠ ସଦସ୍ୟ ପ୍ରଦୀପ ରାଉତ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଠାରେ ସୂଚନା ଯୋଗ୍ୟ ନାଲକୋ ଷ୍ଟାଡିୟମ୍‌ରେ ଏଥିପୂର୍ବରୁ ପ୍ରତିଯୋଗିତା କରାଯାଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ନିମନ୍ତେ ଏହି ୨୫ ଜଣ ଖେଳାଳୀଙ୍କୁ ଚୟନ କରାଯାଇଥିଲା।

Share

Leave a Reply