ଅନୁଗୁଳ: ଜିଲ୍ଲାରେ ବାଇକ୍ ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ଜିଲ୍ଲାର ବିଭିନ୍ନ ଥାନା ଇଲାକାରୁ ବାଇକ୍ ଚୋରି ହେଉଛି । ସୋମବାର ରାତିରେ ବିକ୍ରମପୁର ଥାନା ଇଲାକା ନନ୍ଦିରା କଲୋନୀରୁ ଏକ ବାଇକ୍ ଚୋରି ହୋଇଛି। ଏନେଇ ବାଇକ୍ ମାଲିକ ସିପୁନ୍ କୁମାର ସ୍ବାଇଁ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ମୁତାବକ, ସିପୁନ୍ ସୋମବାର ରାତି ପ୍ରାୟ ୯ଟାରେ ବାଇକ୍କୁ ଘର ପାଖ ଗ୍ୟାରେଜରେ ରଖିଥିଲେ ।ମାତ୍ର ସକାଳେ ଦେଖିଲା ବେଳକୁ ବାଇକ୍ ଗାଏବ୍ ହୋଇଯାଇଥିଲା। ବହୁ ଖେଳାଖୋଜି କରି ନିରାଶ ହେବା ପରେ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଘର ସାମ୍ନାରୁ ବାଇକ୍ ଚୋରି
- Post published:June 2, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
