ଶୀତଳ ପ୍ଳାଜା ସାମ୍ନାରୁ ବାଇକ୍ ଚୋରି

You are currently viewing ଶୀତଳ ପ୍ଳାଜା ସାମ୍ନାରୁ ବାଇକ୍ ଚୋରି

ଅନୁଗୁଳ: ଅନୁଗୁଳ ସହରରେ ମାତିଛନ୍ତି ବାଇକ୍ ଚୋର । ବାଇକ୍ ଉପରୁ ସାମାନ୍ୟ ନଜର ହଟିବା ମାତ୍ରେ ବାଇକ ଗାଏବ୍ କରି ଦେଉଛନ୍ତି ଦୁର୍ବୃତ୍ତ। ଗୋଟିଏ ପଟେ ସହରରେ ବାଇକ୍ ଚୋରି ନିତିଦିନିଆ ଘଟଣାରେ ପରିଣତ ହୋଇଥିବା ବେଳେ ପୁଲିସ୍ ନିଷ୍କ୍ରିୟତା ଦୁର୍ବୃତ୍ତଙ୍କୁ ବେଶ ସୁହାଇଛି।ଅଭିଯୋଗ ପରେ ପୁଲିସ୍ କେବଳ ମାମଲା ରୁଜୁ କରି ବସିଯାଉଛି। ଗତ ରବିବାର ଅନୁଗୁଳ ଥାନା ନିକଟ ଶୀତଳପ୍ଲାଜା ସମ୍ମୁଖରୁ ପ୍ରେମଚାନ୍ଦ ମୁଣ୍ଡାଙ୍କ ଏକ ବାଇକ୍‌ ଚୋରି ହୋଇଛି । ଖୋଜାଖୋଜି କରି ନିରାଶ ହେବା ପରେ ସେ ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପ୍ରେମଚାନ୍ଦଙ୍କ ଘର ତାଳଚେର ଭରତପୁର ଅଞ୍ଚଳରେ। ସେ ମୋବାଇଲ୍ ମରାମତି ପାଇଁ ଶୀତଳପ୍ଲାଜାକୁ ଆସିଥିଲେ । ବାଇକ୍ (ଓଡ଼ି୩୫ଏ୬୨୬୫) ପ୍ଳାଜା ସମ୍ମୁଖରେ ପାର୍କିଂ କରି ଭିତରକୁ ଯାଇଥିଲେ । ସନ୍ଧ୍ୟା ୭ଟା ୪୦ ବେଳକୁ ବାହାରକୁ ଆସି ବାଇକ୍ ଚୋରି ହୋଇଯାଇଥିବା ଦେଖିଥିଲେ । ସେ ଏନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ କେସ୍ ନଂ ୧୬୨/୨୧ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 

Share

Leave a Reply