ବାଇକକୁ ଚାପି ହେଲା ଟ୍ରକ, ଦମ୍ପତି ମୃତ

You are currently viewing ବାଇକକୁ ଚାପି ହେଲା ଟ୍ରକ, ଦମ୍ପତି ମୃତ

ଅନୁଗୁଳ: ସଡ଼କ ଦୁର୍ଘଟଣାରେ ଗଲା ଦମ୍ପତିଙ୍କ ଜୀବନ। ରବିବାର ଅନୁଗୁଳ ଜିଲ୍ଲା ତାଳଚେର ସହର ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର କଣ୍ଡାଳ ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ଚାପାରେ ବାଇକରେ ଯାଉଥିବା ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ମୃତକ ହେଲେ ସମଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସହକାରୀ ଶିକ୍ଷକ ମଦନ ମୋହନ ସାହୁ(୫୩) ଏବଂ ତାଙ୍କ ପତ୍ନୀ ଚତୁରୀ ସାହୁ(୫୦)।

ସୂଚନା ମୁତାବକ, ସମ୍ପର୍କୀୟଙ୍କ ବାହାଘର ପାଇଁ ଏହି ଦମ୍ପତି ତାଳଚେର ହାଟତୋଟାରୁ ମାର୍କେଟିଂ ସାରି ସମଲ ଫେରୁଥିଲେ। କଣ୍ଢାଳ ପେଟ୍ରୋଲ ପମ୍ପରେ ବାଇକ୍‌ରେ ତେଲ ପକାଇବାକୁ ଯାଉଥିବା ବେଳେ ଏକ ହାଇୱା ତାଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା।ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତାଳଚେର ପୋଲିସ ପହଞ୍ଚି ଲୋକଙ୍କୁ ନିୟନ୍ତ୍ରଣ କରିବା ସହିତ ମୃତ ଦମ୍ପତିଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନା ପଠାଇଛି।

ଅନ୍ୟପଟେ ଗୋଡ଼ିବନ୍ଧ ଫାଣ୍ଡି ଅଧିକାରୀ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଧରିବା ପାଇଁ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି।

Share

Leave a Reply