୧୦ ଟଙ୍କାର ମାସ୍କ ଦେଇ ଦଲାଲ ନେଇଗଲା ୭ ଶହ

You are currently viewing ୧୦ ଟଙ୍କାର ମାସ୍କ ଦେଇ ଦଲାଲ ନେଇଗଲା ୭ ଶହ

ଅନୁଗୁଳ: ଅନୁଗୁଳ ଡାକ୍ତରଖାନାରେ ୩ ଦିନ ତଳେ ଜଣେ ଲୋକର ପକେଟମାର ହେବା ପରେ ଆଜି ପୁଣି ଜଣକ ଠାରୁ ୭ ଶହ ଟଙ୍କା ଠକି ନିଆ ଯାଇଛି।

ଘଟଣାରୁ ପ୍ରକାଶ ମହିଧରପୁର ଗାଁର ଦେବରାଜ ସାହୁ ତାଙ୍କ ସ୍ତ୍ରୀଙ୍କ ଦେହ ଖରାପ ଥିବାରୁ ଦିନ ପ୍ରାୟ ଏଗାରଟା ବେଳେ ଅନୁଗୁଳ ମେଡିକାଲକୁ ଯାଇଥିଲେ । ଦେବରାଜ ଟିକଟ ପାଇଁ ଲାଇନରେ ଠିଆ ହୋଇ ଥିବା ବେଳେ ଜଣେ ଅଜଣା ବ୍ୟକ୍ତି ଦେବରାଜଙ୍କୁ  ‘ମୁଁ ତୁମ ପୁଅର ସାଙ୍ଗ ବୋଲି କହିବା ସହ ସୁବିଧାରେ ଡାକ୍ତର ଦେଖାଇ ଦେବି ବୋଲି କହିଥିଲେ’। ଏହାପରେ ଦଲାଲ ଜଣକ ଦେବରାଜଙ୍କୁ କାଜୁଆଲିଟି ସାମନା ଚୌକିରେ ବସାଇ ତାଙ୍କ ସ୍ତ୍ରୀକୁ ଧରି ଡାକ୍ତରଙ୍କ ପାଖକୁ ଯାଇଥିଲା ଏବଂ ଚିଠା କରିବାରେ ସହାୟତା କରିଥିଲା। ଏପରିକି ନିଜ ପକେଟରୁ ୧୦ ଟଙ୍କା ଦେଇ ମାସ୍କ କିଣି ଗୋଟିଏ ବୁଢ଼ୀକୁ ଦେଇଥିଲା। କାଜୁଆଲିଟିରୁ ବାହାରି ଦଲାଲ ଜଣକ ବୁଢ଼ୀ ଠାରୁ ୭୦୦ ଟଙ୍କା ନେଇ ଔଷଧ କିଣି ଆସୁଛି କହି ଫେରାର ହୋଇଯାଇ ଥିଲା । ଦୀର୍ଘ ସମୟ ପରେ ମଧ୍ୟ ଦଲାଲ ଜଣକ ନ ଆସିବାରୁ ବୁଢ଼ୀ ଠକାମିର ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲା। ଶେଷରେ ବୁଢା ବୁଢ଼ୀ ମୁଣ୍ଡ କାନ ଆଉଁସି ସ୍ଥାନୀୟ ସେବା ମେଡ଼ିସିନ ଷ୍ଟୋରରୁ ୧ ଶହ ଟଙ୍କା ମାଗି ଗାଡି ଭଡା କରି ଘରକୁ ଫେରିଥିଲେ। ତେବେ ଏହି ଘଟଣା ନେଇ ଦେବରାଜ ଅଭିଯୋଗ କରି ନାହାନ୍ତି ।

Share

Leave a Reply