ଫାଇନାନ୍ସ କର୍ମଚାରୀଙ୍କୁ ଲୁଟ୍‌ପାଟ

0

ଅନୁଗୁଳ: ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ଲୁଟେରାଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁବୃର୍ତ୍ତ ଦିନ ଦ୍ବିପ୍ରହରରେ ଲୁଟ୍‌ପାଟ୍‌ କରୁଛନ୍ତି। ବୁଧବାର ଅପରାହ୍ଣରେ ସହର ଉପକଣ୍ଠ ବେଡ଼ାସର ରେଲୱେ ଲେବୁଲ୍‌କ୍ରସି˚ଠାରେ ଜଣେ ଫାଇନାନ୍ସ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି। ୩ ଜଣ ଦୁର୍ବୃତ୍ତ ତାଙ୍କୁ ଭୁଜାଲି ଦେଖାଇ ତାଙ୍କଠାରୁ ୪୧ ହଜାର ଟଙ୍କା ନେଇ ଚମ୍ପଟ ମାରିଛନ୍ତି। ଏ ନେଇ ସଦର ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଛାନ୍‌ଭିନ୍‌ ଚଳାଇଛି।
ପୁଲିସ୍‌ ସୂଚନା ମୁତାବକ ଲୁଟ୍‌ର ଶିକାର ହୋଇଥିବା ଯୁବକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜଗନ୍ନାଥପୁର ଗ୍ରାମର ଅନିଲ୍‌ କୁମାର ସାହୁ। ସେ ଅନୁଗୁଳ ସହରର ଏକ ଫାଇନାନ୍ସ ସ˚ସ୍ଥାରେ ସ˚ଘ ପରିଚାଳକ ଭାବେ କାମ କରନ୍ତି। ବୁଧବାର ସକାଳେ ବାଇକ୍‌ ଯୋଗେ ଋଣ ବଣ୍ଟନ ଓ ଆଦାୟ ପାଇଁ ବେଡ଼ାସର ଗ୍ରାମକୁ ଯାଇଥିଲେ। ସେଠାରୁ ମଝିକା ଓ ପରେ ଗୋଳାବନ୍ଧ ଯାଇଥିଲେ। ଶେଷରେ ବେଡ଼ାସର ଗ୍ରାମର ଆଉ ଏକ ସ˚ଘର କିଛି ଆଦାୟ ପାଇଁ ପୁନର୍ବାର ବେଡ଼ାସର ଆସିଥିଲେ। ତେବେ ମୋଟ ୩୭ ହଜାର ୪୭ ଟଙ୍କା ଆଦାୟ କରିବା ପରେ ସେ ଘରକୁ ଫେରୁଥିଲେ। ବେଡ଼ାସର ରେଲେଵ କ୍ରସି˚ ଠାରେ ୩ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ବାଟ ଓଗାଳିଥିଲେ। ତାଙ୍କୁ ମାରପିଟ୍‌ ସହ ବେକରେ ଭୁଜାଲି ଲଗାଇ ବ୍ୟାଗରେ ଥିବା ୩୭ ହଜାର ଟଙ୍କା, ମନିପର୍ସରେ ଥିବା ୪ ହଜାର ଟଙ୍କା, ମୋବାଇଲ୍‌ ଓ ଟ୍ୟାବ୍‌ ଧରି ବେଡ଼ାସର ଗ୍ରାମ ଆଡ଼କୁ ପଳାଇ ଯାଇଥିଲେ। ଲୁଟ୍‌ର ଶିକାର ହୋଇଥିବା ଅନିଲ୍‌ ଏ ନେଇ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍‌ ଏ ସ˚କ୍ରାନ୍ତରେ କେସ୍‌ ନ˚ ୧୦/୨୧ରେ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି।

Leave A Reply

Your email address will not be published.

error: Content is protected !!