ଜଙ୍ଗଲରୁ ଜନବସତିକୁ ଡେଇଁଲା ନିଆଁ

You are currently viewing ଜଙ୍ଗଲରୁ ଜନବସତିକୁ ଡେଇଁଲା ନିଆଁ

ଅନୁଗୁଳ: ଶୁକ୍ରବାର ଅନୁଗୁଳ ଥାନା ତଥା ଛେଣ୍ଡିପଦା ବ୍ଲକ ଆମ୍ବପାଳ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଜଙ୍ଗଲରେ ଲାଗିଥିବା ନିଆଁ ଗାଁକୁ ଡେଇଁ ୧୬୦ ବଖରା ଘର ଛାରଖାର କରି ଦେଇଛି । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲାବେଳେ ବହୁ ଉଦ୍ୟମ ପରେ ନିଆଁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ଅପରାହ୍ନ ଦିନ ପ୍ରାୟ ୨ଟା ବେଳକୁ କେହି ଦୁର୍ବୁତ୍ତ ଆମ୍ବପାଳ ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲଗାଇ ଦେଇଥିଲା। ଏହି ନିଆଁ ଧୀରେଧୀରେ ଉଗ୍ରରୂପ ଧାରଣ କରି ଗାଁ ମୁଣ୍ଡରେ ଥିବା ଘରେ ଲାଗିଥିଲା। ଗ୍ରାମବାସୀ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଅନୁଗୁଳରୁ ଗୋଟିଏ ଓ ଛେଣ୍ଡିପଦା ୨ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସେତେବେଳକୁ ଗାଁର ୧୬୦ ବଖରା ଘର ଜଳି ଯାଇଥିଲା । ଏହା ସହ ଘର ଭିତରେ ଥିବା ସବୁ ସାମଗ୍ରୀ ବି ଛାରଖାର ହୋଇଯାଇଛି।

Share

Leave a Reply