ଅନୁଗୁଳ: ଅନୁଗୁଳ ସହରରେ ବୁଲା ଗାଈଗୋରୁ ଙ୍କ ପାଇଁ ଏକ କାଞ୍ଜିଆହୁଦା ନିର୍ମାଣ ଦାବିରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଅଛି। ସୂଚନା ମୁତାବକ, ବୁଲା ଗାଈଗୋରୁଙ୍କ ଯୋଗୁଁ ଗତ ପାଞ୍ଚ ବର୍ଷରେ ପ୍ରାୟ ପଚାଶ ଗାଈଗୋରୁ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାବେଳେ ଅନେକ ବାଇକ୍ ଆରୋହୀ ମଧ୍ୟ ମୃତାହତ ହୋଇଛନ୍ତି। ବୁଲା ଗାଈଗୋରୁ ଙ୍କ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଚି। ଏଣୁ ସହର ମଧ୍ୟରେ ଏକ କ।ଞ୍ଜିଆହୁଦା ନିର୍ମାଣ ଦାବିରେ ସ୍ବେଚ୍ଛାସେବୀ ରୁକେଶ ରୋଷନ ଦାସ, ବାପୁଜୀ ପ୍ରଧାନ, ସମ୍ବିତ ସାହୁ, ଅନୁପ ପଟ୍ଟନାୟକ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଥିଲେ।
କଞ୍ଜିଆହୁଦା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର
- Post published:March 3, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul