ଶିକାରୀ ବିଛାଇଥିବା ତାର ଫାଶରେ ପଡି ଗାଈ ସହିତ ଜଣେ ମୃତ

You are currently viewing ଶିକାରୀ ବିଛାଇଥିବା ତାର ଫାଶରେ ପଡି ଗାଈ ସହିତ ଜଣେ ମୃତ

କଣିହାଁ: କଣିହାଁ ରେଞ୍ଜ ବଜ୍ରକୋଟ ଫରେଷ୍ଟ ବିଲମାଳ ନିକଟରେ ଶିକାରୀ ବିଛାଇଥିବା ତାର ଫାଶରେ ପଡି ଗାଈ ସହିତ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଅନୁଗୁଳ ଜିଲ୍ଲା କଣିହାଁ ଥାନା ପୋଇପାଳ ଗାଁର କାଳିଆ ବାରିକ।

ସୂଚନା ମୁତାବକ, ଗତକାଲି ରାତିରେ କାଳିଆ ୨୦ରୁ ଅଧିକ ଗାଈ ପଲକୁ ଧରି ନଦୀ ଘାଟକୁ ଯାଉଥିଲେ। ସେହି ସମୟରେ ଗୋଠରୁ ଗୋଟିଏ ଗାଈ ନିକଟସ୍ଥ ଜମି ବିଲ ଅଭିମୁଖେ ଦୌଡି ପଳାଇଥିଲା। ଉକ୍ତ ଗାଈକୁ ଖୋଜିବାକୁ ଯାଇଥିବା ବେଳେ ଶିକାରୀ ଜନ୍ତୁ ଶିକାର ପାଇଁ ବିଛାଇ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ କାଳିଆ ସହିତ ଗାଈର ମୃତ୍ୟୁ ହୋଇଥିବା ଜଣାପଡିଛି।

ଏନେଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ପୋଇପାଳ ଗ୍ରାମରେ ଉତ୍ତେଜନା ପରିସ୍ଥିତି ଲାଗିଥିବା ବେଳେ ପୋଲିସ ପରିସ୍ଥିତି ଉପରେ ନଜର ରଖିଛି। ସେପଟେ ଏନେଇ କଣିହାଁ ରେଞ୍ଜ ଅଧିକାରୀ ନୀଳାନ୍ଦ୍ରିନାଥ ସାହୁଙ୍କ ମତାମତ ଲୋଡ଼ିବାରୁ ସେ କହିଛନ୍ତି ପୋଲିସ କେସ ହୋଇଛି। ଏନେଇ କଣିହାଁ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।‌

Share

Leave a Reply