ତାଳଚେର : ତାଳଚେର ଶାଖା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପ୍ରାଙ୍ଗଣରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପେନସନ ସଂଘର ସଭାପତି ଡା. ଅଲ୍ଲାଦ ଚନ୍ଦ୍ର ସିଂହ ଏବଂ ସମ୍ପାଦକ କନ୍ଦର୍ପ ସାହୁ ଯୋଗଦାନ କରିଥିଲେ। ଷ୍ଟେଟବ୍ୟାଙ୍କ ତାଳଚେର ଶାଖାର ମୁଖ୍ୟ ପରିଚାଳକ ସୁରେଶ କୁମାର ପରିଜା ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ସଭାରେ ୫୦ ଜଣରୁ ଅଧିକ ପେନସନଭୋଗୀ ଅଂଶ ଗ୍ରହଣ କରିବା ସହିତ ବ୍ୟାଙ୍କ କାରବାରରେ ଅସୁବିଧାର ସମ୍ମୁଖୀନ ହେଉଥିବା ସମସ୍ୟା ବାବଦରେ ସୂଚନା ପ୍ରଦାନ କରିଥିଲେ।
ଡେପୁଟି ମ୍ୟାନେଜର ବାସୁଦେବ ମିଶ୍ର ବ୍ୟାଙ୍କର ବିଭିନ୍ନ ଯୋଜନା ବାବଦରେ ସୂଚନା ପ୍ରଦାନ କରିଥିଲେ। ବ୍ୟାଙ୍କର କ୍ଷେତ୍ର ଅଧିକାରିଣୀ ସୁଶ୍ରୀ ସଂଗୀତା ଭୂତିଆ ପେନସନ ଭୋଗୀଙ୍କ ଉଦ୍ଦିଷ୍ଟ ଋଣ ବାବଦରେ ସୂଚନା ଅବଗତ କରାଇଥିଲେ। ଷ୍ଟେଟ୍ କର୍ମଚାରୀ ସଂଘ ସଭାପତି ଅଶ୍ୱିନୀ କୁମାର ସାହୁ ବ୍ୟାଙ୍କର ଗ୍ରାହକ କିପରି ସାଇବର କ୍ରାଇମରୁ ବଞ୍ଚିତ ହେବେ ସେ ନେଇ ଅବଗତ କରାଇଥିଲେ। ବର୍ଷା ଦିନ ଅବସରରେ ବ୍ୟାଙ୍କ ତରଫରୁ ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ମୁଖ୍ୟ ଶାଖା ପରିଚାଳକ ଉପହାର ସ୍ୱରୂପ ଛତା ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କର୍ମଚାରୀ ସଂଘ ସମ୍ପାଦକ ଅନନ୍ତ କୁମାର ରାଉତ, ଅବସରପ୍ରାପ୍ତ ବରିଷ୍ଠ କର୍ମଚାରୀ ଗିରିଧାରୀ ପଟ୍ଟନାୟକ, ଷ୍ଟେଟବ୍ୟାଙ୍କ ଅବସରପାପ୍ତ କର୍ମଚାରୀ ସଂଘ ଜିଲ୍ଲା ସମ୍ପାଦକ ଅନନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ତାଳଚେର ସ୍ୱୟଂଚାଳିତ କଲେଜର ପୂର୍ବତନ ଅଧ୍ୟକ୍ଷ ବିନୟ କୁମାର ଖିଲାର ଧନ୍ୟବାଦ ପ୍ରଦାନ କରିଥିଲେ।