ତାଳଚେର: ତାଳଚେରରେ ଆରମ୍ଭ ହେବାକୁ ଥିବା ୩୩୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିମନ୍ତେ ଏକ ମନିଟରିଂ କମିଟି ଗଠନ କରାଯାଇଛି। ଏହି କମିଟି ମେଡିକାଲରେ ଦରକାର ଥିବା ଭିତ୍ତିଭୂମି, ଉପକରଣର ମୂଲ୍ୟାଙ୍କନ ଏବଂ ତଦାରଖ କରିବ। ଏଠାରେ ଶିକ୍ଷାଦାନର ବ୍ୟବସ୍ଥା ରହିବ।
କମିଟିର ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ ତଥା ଡିଷ୍ଟ୍ରିକ୍ଟ ମାଜିଷ୍ଟେଟ ରହିବେ। ଏଥିସହ ଡିଏମଇଟି, ଡିଏଚଏସ, ରିପ୍ରେଜଣ୍ଟଟେଟିଭ ଅଫ୍ ଏମଡି, ଓଏସଏମସିଏଲ, ଏମସିଏଲ ସିଏମଡିଙ୍କ ଦ୍ୱାରା ମନୋନୀତ ଏମସିଏଲ ନୋଡ଼ାଲ ଅଫିସର, ଅନୁଗୁଳ ସିଡିଏମ୍ ଏବଂ ପିଏଚଓ ପ୍ରମୁଖ ସଦସ୍ୟଭାବେ ଓ ଆଡିସନାଲ ଡିଏମଇଟି, କନଭେନର ମେମ୍ବର ଭାବେ ରହିବେ। ଏହି କମିଟି ମେଡିକାଲର ପ୍ରାରମ୍ଭିକ କାର୍ଯ୍ୟକ୍ଷମତା ନିମନ୍ତେ ଭିତ୍ତିଭୂମି ଏବଂ ଯନ୍ତ୍ରପାତି ଉପଲବ୍ଧତାକୁ ଆକଳନ କରିବା ସହିତ ଏମସିଏଲ କର୍ତ୍ତୃପକ୍ଷ ଏବଂ ଏହାର ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବ। ହସପିଟାଲ ଏବଂ ମେଡିକାଲ କଲେଜର ସମସ୍ତ କାମର ସମୀକ୍ଷା ଏହି କମିଟି କରିବ ବୋଲି ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ଏକ ପତ୍ରରୁ ଜଣାଯାଇଛି।