ଅନୁଗୁଳ: ଅନୁଗୁଳ ସହରର ଆଇଟିଆଇ ଛକ ନିକଟରେ ଅପରାହ୍ନ ସାଢ଼େ ୫ଟା ବେଳେ ଏକ ଚଳନ୍ତା ଥଣ୍ଡା ପାନୀୟ ଗାଡ଼ିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ଗାର୍ଡ଼ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ, ବଡ଼କେରା ଗ୍ରାମର କୁବେର ସାହୁ ଅନୁଗୁଳ ସହରର ବିଭିନ୍ନ ସ୍ଥାନରେ ଭ୍ୟାନ୍ ଲଗାଇ ଥଣ୍ଡା ପାନୀୟ ବିକ୍ରି କରିଥାନ୍ତି। ସେ ସୁସୁଡାରେ ଘର ଭଡ଼ା ନେଇ ରହୁଥିଲେ। ଗୁରୁବାର ଅପରାହ୍ନରେ ସେ ହାତୀଶାଳପଡ଼ା ସ୍ଥିତ ଏକ ପେଟ୍ରୋଲ୍ ପମ୍ପକୁ ତେଲ ପକାଇବାକୁ ଆସିଥିଲେ । ତେଲ ପକାଇ ଫେରୁଥିବା ବେଳେ କଲେଜ ଛକ ନିକଟ ଆଇଟିଆଇ ଛକ ଠାରେ ତାଙ୍କ ଚଳନ୍ତା ଭ୍ୟାନ୍ର ଇଞ୍ଜିନ୍ରୁ ହଠାତ୍ ଧୂଆଁ ବାହାରିଥିଲା। ଭୟରେ କୁବେର ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ଚାହୁଁ ଚାହୁଁ ଗାଡ଼ି ଜଳି ଉଠିଥିଲା। ଥଣ୍ଡା ପାନୀୟ ଗାଡ଼ିରେ ନିଆଁ ଲାଗିଥିବାରୁ ସ୍ଥାନୀୟ ଲୋକ ଭୟରେ ପାଖ ମାଡି ନଥିଲେ। ଏନେଇ ଅଗ୍ନିଶମ ବାହିନୀକୁ ଫୋନ୍ କରି ସ୍ଥାନୀୟ ଲୋକ ଜଣାଇଥିଲେ। ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ଗାଡ଼ିକୁ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।
ଜଳିଗଲା ଚଳନ୍ତା ଥଣ୍ଡା ପାନୀୟ ଗାଡି
- Post published:May 7, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal

Tags: Angul