ପୁଲିସକୁ ଚକମା ଦେଖାଇଲା ଅମାନିଆ

0

ଅନୁଗୁଳ: ରାଜା ଛକରେ ପୁଲିସର ମାସ୍କ ଚେକିଂ ଚାଲିଛି। ଏତିକିବେଳେ କ୍ଷୀର କ୍ୟାନ ଧରି ଗୋପାଳ ଟୋକା ଜଣେ ଛକ ପାଖକୁ ମାଡ଼ିଆସିଲା। ମାସ୍କ ନାହିଁ । ପୁଲିସ୍ ଅଟକାଇ ୫୦୦ ଟଙ୍କା ଫାଇନ୍ ମାଗିଲା। ଗୋପାଳ ଟୋକା ଯେତେ ନେହୁରା ହେଲେ ବି ବାବୁ କିନ୍ତୁ ଶୁଣିବାକୁ ନାରାଜ। ବାଇକ୍ ସାଇଡ଼୍ କର, ଚାବି ଦେ । ବାବୁ, ଆମ ନେତା ଏକଦା ଅନୁଗୁଳ ଟାଉନର ମୁଣ୍ଡିଥିଲେ। ତାଙ୍କରି ଦୋକାନରେ କ୍ଷୀର ଦେଉଛି, ମୋତେ ଛାଡିଦିଅନ୍ତୁ; ରଙ୍ଗ ଦେଖାଇଲା ଅମାନିଆ। ନେତାଙ୍କ କଥା ଶୁଣି ପୁଲିସ୍ ବାବୁଙ୍କ ମୁଣ୍ଡ ଗରମ, ଦୁଇ ଗୁଣ କଷିଲେ ଜରିମାନା। କାନମୁଣ୍ଡ ଆଉଁଷି ଅମାନିଆ ଦୂରରେ ଗାଡି ସାଇଡ କରି ଚାବି ପକାଇ ପୁଲିସ୍ ବାବୁଙ୍କ ହାତକୁ ବଢ଼ାଇଦେଲା।
ପୁଲିସ ନଜରରୁ ହଟି ଯାଇ ବୁଦ୍ଧି ପାଞ୍ଚିଲା ଗୋପାଳ ଟୋକା। ସାଙ୍ଗ ଜରିଆରେ ଘରେ ଥିବା ଡୁପ୍ଲିକେଟ ଚାବି ମଗାଇଲା। ଧରପକଡ଼ର ଭିଡ ଭିତରେ ପୁଲିସ୍ ବାବୁଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ବାଇକ୍ ନେଇ ଚମ୍ପଟ ମାରିଥିଲା ଅମାନିଆ।ଯାଞ୍ଚ ସରିଲା ପରେ ପୁଲିସ୍ ବାବୁ ଦେଖିଲେ ଚାବି ଗୋଟାଏ ବଳିଛି, ଅଥଚ ଗାଡି କି ଗାଡି ମାଲିକ ଦିଶୁନାହାନ୍ତି। ଖରାର ପ୍ରକୋପ ଭିତରେ ବିଚରା ପୁଲିସ୍ ବାବୁ ଭାବିଲେ କିଏ ବୋଧେ ପଟି ଚଢେଇ ଦେଲା। ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ଖୋରାକ ଯୋଗାଇ ଥିଲା

Leave A Reply

Your email address will not be published.

error: Content is protected !!