ଜଳିଗଲା ଚଳନ୍ତା ସ୍କୁଟର, ଅଳ୍ପକେ ବର୍ତ୍ତିଗଲା ଚାଳକଙ୍କ ଜୀବନ

You are currently viewing ଜଳିଗଲା ଚଳନ୍ତା ସ୍କୁଟର, ଅଳ୍ପକେ ବର୍ତ୍ତିଗଲା ଚାଳକଙ୍କ ଜୀବନ

ଅନୁଗୁଳ: ସ୍ଥାନୀୟ ମହୀଧରପୁର ସାତମାଇଲ ରାସ୍ତାର ମାଧିଆମୁଣ୍ଡା ଗାଁ ନିକଟରେ ଏକ ସ୍କୁଟର ଜଳି ପାଉଁଶ ହୋଇଯାଇଛି।

ସୂଚନା ଅନୁଯାୟୀ, ବରଗଡ଼ ଅଞ୍ଚଳର ରମେଶ ବାଗ ଓ ତାଙ୍କ ସ୍ତ୍ରୀ ସ୍ଥାନୀୟ ଅଞ୍ଚଳରେ ଭଡ଼ାରେ ରହୁଛନ୍ତି। ବୁଧବାର ଅପରାହ୍ନରେ ରମେଶ ବାଗ ତାଙ୍କ ସ୍ତ୍ରୀଙ୍କ ସ୍କୁଟର ଧରି ମହୀଧରପୁରକୁ କିଛି ଜିନିଷ କିଣିବାକୁ ଯାଉଥିବା ବେଳେ ମାଧିଅମୁଣ୍ଡା ନିକଟରେ ହଠାତ୍ ଗାଡ଼ିଟି ଜଳିବାକୁ ଲାଗିଥିଲା। ରମେଶ ଜୀବନ ବଞ୍ଚାଇ ସ୍କୁଟିରୁ ଡେଇଁ ପଡ଼ିଥିଲେ। କିନ୍ତୁ ସ୍କୁଟିଟି ନିଆଁ ଲାଗି ପାଉଁଶ ହୋଇଯାଇଛି। ତେବେ ସର୍ଟ ସର୍କିଟ ଯୋଗୁ ସ୍କୁଟି ନିଆଁ ଲାଗିଥିବା ମାଲିକ କହିଛନ୍ତି।

Share

Leave a Reply