ଅଦ୍ୱୈତ ପ୍ରସାଦ ସିଂହ କ୍ରିକେଟ କପ୍ ଉଦଘାଟିତ

You are currently viewing ଅଦ୍ୱୈତ ପ୍ରସାଦ ସିଂହ କ୍ରିକେଟ କପ୍ ଉଦଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଗୋତମରା ଗାଁ ଖେଳ ପଡ଼ିଆ ଠାରେ ୧୦ତମ ଅଦ୍ୱୈତ ପ୍ରସାଦ ସିଂହ ଓ ୩୦ତମ ମା’ ବ୍ରହ୍ମାୟଣୀ କ୍ରିକେଟ କପ୍ ରବିବାର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବଅଁରପାଳ ବ୍ଲକ୍ ଅଧ୍ୟକ୍ଷ ବିଜୟ କୁମାର ନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦଦ୍ୟ ଗୋପାଳ ନାଏକ, ଜିଲ୍ଲା ବିଜେଡି ଉପ-ସଭାପତି ବାଉରୀବନ୍ଧୁ ସାହୁ, ମା’ ବ୍ରହ୍ମାୟଣୀ କ୍ରିକେଟ କ୍ଲବ ସଭାପତି ସୁବାଷ ଚନ୍ଦ୍ର ପଟ୍ଟନାୟକ, ଅରୁଣାଭ ସିଂହ, ବଅଁରପାଳ ସମବାୟ ବ୍ୟାଙ୍କ ସମ୍ପାଦକ ସଞ୍ଜିତ ମିଶ୍ର, ସରପଞ୍ଚ ମଣ୍ଟୁ ବରାହ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ୮ଟି ଟିମ୍ ଯୋଗ ଦେଇଛନ୍ତି। ୮ ଦୀନ ଧରି ଏହି ଅନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିବ। ଉଦଘାଟନୀ ମ୍ୟାଚ୍ ନାଲକୋର ଏନ୍ସିଆର ଢେଙ୍କାନାଳ ଟିମକୁ ୧୭ ରନରେ ପରାସ୍ତ କରି ଗ୍ରୁପ ଏର ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। କ୍ଲବର ସମସ୍ତ ସଦସ୍ୟ ଓ ପୁରାତନ ସଦସ୍ୟମାନେ ସାମିଲ ହୋଇଥିଲେ।

Share

Leave a Reply