ବଙ୍ଗୋପସାଗରରେ ଆସୁଛି ବାତ୍ୟା ! ୧୮ ରୁ ୨୫ ମଧ୍ୟରେ ଉପକୂଳ ଛୁଇଁବ

You are currently viewing ବଙ୍ଗୋପସାଗରରେ ଆସୁଛି ବାତ୍ୟା ! ୧୮ ରୁ ୨୫ ମଧ୍ୟରେ ଉପକୂଳ ଛୁଇଁବ

ଭୁବନେଶ୍ୱର : ବଙ୍ଗୋପସାଗରରେ ଆସୁଛି ଏକ ସୁପରସାଇକ୍ଲୋନ ବା ମହାବାତ୍ୟା। ଏ ନେଇ ଦ ଓ୍ୱେଦର ଫୋରକାଷ୍ଟ ମଡେଲ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ (ଜିଏଫଏସ) ସୂଚନା ଦେଇଛି। ଏହି ସମ୍ଭାବ୍ୟ ବାତ୍ୟା ବାଂଲାଦେଶର ସୁନ୍ଦରବନ ଉପକୂଳରୁ ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁପାରେ ବୋଲି ଚାରି ଦିନ ତଳେ ପୂର୍ବାନୁମାନ କରାଯାଇଥିଲା।ତେବେ ରବିବାରର ପୂର୍ବାନୁମାନରେ ଏହି ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୧୮ ରୁ ୨୫ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି।

ଏ ନେଇ ପାଣିପାଗ ବିଶେଷଜ୍ଞ କହିଛନ୍ତି, ଅକ୍ଟୋବର ୧୭ ତାରିଖରେ ଏକ ଅବପାତ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ୧୮ ସୁଦ୍ଧା ବାତ୍ୟାର ରୂପ ନେବ। ଏହି ବାତ୍ୟାର ନାମ ‘ସିତରଙ୍ଗ’ ରଖାଯିବାର ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶରୁ ବାଂଲାଦେଶ ଏବଂ ପଶ୍ଚିମବଙ୍ଗର ସୁନ୍ଦରବଣ ଉପକୂଳ ମଧ୍ୟରେ ଯେକୌଣସି ସ୍ଥାନରେ ଶକ୍ତିଶାଳୀ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ବାତ୍ୟା ‘ସୁପର ସାଇକ୍ଲୋନିକ ଷ୍ଟର୍ମ’ର ରୂପ ନେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଅମ୍ପାନ୍ ଭଳି ଘଣ୍ଟା ପ୍ରତି ୨୨୦-୨୫୦ କି.ମି ମଧ୍ୟରେ ରହିପାରେ। ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁଥିବା ଉପକୂଳ ଅଞ୍ଚଳରେ ୧୫ରୁ ୨୦ ଫୁଟ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ତେବେ ଏନେଇ ଦେଶର ପାଣିପାଗ ବିଭାଗ ଏ ନେଇ କୌଣସି ସୂଚନା ଦେଇନାହାନ୍ତି।

Share

Leave a Reply